ରାଉରକେଲା,୨୦ା୧: ପୁରୁଷ ହକି ବିଶ୍ବକପ୍-୨୦୨୩ର ଅନ୍ୟ ଏକ ପୁଲ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିଶାଳ ବିଜୟ ହାସଲ କରିଛି। ଆଜି ପୁରୁଷ ହକି ବିଶ୍ୱକପ୍ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ’ ଦକ୍ଷିଣ ଆଫ୍ରିକା’କୁ ୯-୨ ରେ ବ୍ୟବଧାନରେ ପରାସ୍ତ କରିଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଉଥିବା ପୁଲ୍-ଏ’ରେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଆରମ୍ଭରୁ ଆକ୍ରାତ୍ମକ ଖେଳ ଖେଳି ଦକ୍ଷିଣ ଆଫ୍ରିକାକୁ ଗୋଲ ଦେଇଥିଲେ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ କଙ୍ଗାଳୁ ଦଳ ୯-୨ ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଶୁକ୍ରବାର ଦିନର ପ୍ରଥମ ମ୍ୟାଚ୍ରେ ଜୋଭରସ୍ ବ୍ଲେକ୍ ଦଳ ପକ୍ଷରୁ ସର୍ବାଧିକ ୪ଟି ଗୋଲ୍ (୩, ୧୪, ୧୮ ଓ ୧୯) ଦେଇଥିଲେ। ଏଥିରେ ୨ଟି ଫିଲ୍ଡ, ଗୋଟିଏ ପେନାଲ୍ଟି ଗୋଲ ଓ ପେନାଲ୍ଟି ସୁଟ୍ ସାମିଲ ଥିଲା। କ୍ରେଗ୍ ଟମ୍, ହାର୍ଭିଭ ଜେକ୍ ଓ ବିଆଲେ ଡାନିଏଲ୍ ଯାଥାକ୍ରମେ ୯, ୨୧ ଓ ୨୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |