ହକି ବିଶ୍ବକପ୍‌ ପାଇଁ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି, 16 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ବର,୧୦।୧: ପୁରୁଷ ହକି ବିଶ୍ୱକପ-୨୦୨୩ ନେଇ କମିସନରେଟ ପୁଲିସର ବ୍ୟାପକ ପ୍ରସ୍ତୁତି। ଭୁବନେଶ୍ୱର ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ। ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ, ବିଶ୍ବକପ୍‌ ପାଇଁ ବିଭିନ୍ନ ପଏଣ୍ଟରେ ୮୦୦ ସିସିଟିଭି କ୍ୟାମେରା ଲଗାଯାଇଛି। ଅତିରିକ୍ତ ଡିସିପି ଓ ବିଭିନ୍ନ ଅଫିସର ପରିଚାଳନା ଦାୟିତ୍ୱରେ ରହିବେ। ଖେଳାଳିଙ୍କ ଗତିବିଧି ନେଇ ପରିଚାଳନା ହେବ ଟ୍ରାଫିକ। ପୁଲିସ ଟ୍ରାଫିକ ମୁଭମେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ ପାର୍କିଂ ଉପରେ ଗୁରୁତ୍ୱ ଦେଇଛି। ୧୦ଟି ନୂଆ ଟ୍ରାଫିକ୍ ଏଡ଼ ପୋଷ୍ଟ କରାଯାଇଛି । ୧୬ଟି ହେଲ୍ପ ଡେ଼କ୍ସ କରାଯାଇଛି। ପୁଲିସ ଗ୍ରାଫିକ୍ସ ମାଧ୍ୟମରେ ଟ୍ରାଫିକ ରୁଟ ଚାଟ୍ ଜଣାଇବ। ଆସନ୍ତାକାଲି ଉଦଘାଟନୀ ଉତ୍ସବ ପାଇଁ ଖୋର୍ଦ୍ଧାରୁ କଟକ ଓ କଟକରୁ ଭୁବନେଶ୍ୱର ଭାରୀ ଯାନ ଚଳାଚଳ ବନ୍ଦ କରାଯିବ। ଟ୍ରାଫିକ ନିୟନ୍ତ୍ରଣରେ ପୁଲିସ ମିତ୍ର, ଷ୍ଟୁଡେଣ୍ଟସ ଭଲ୍ୟୁଣ୍ଟର ଓ କିଛି ଏନ୍‌ଜିଓ ସଂସ୍ଥାନଙ୍କର ସହଯୋଗ ନେବ ପୁଲିସ |10ଟି ନୂଆ ଫାଷ୍ଟ ଏଡ୍ ପୋଷ୍ଟ ସହ 16ଟି ହେଲ୍ପ ଡେକ୍ସ କରାଯାଇଛି । ଗ୍ରାଫିକ୍ସ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ ରୁଟ୍ ଚାଟ୍ ଜଣାଇବ ପୋଲିସ । ଆସନ୍ତାକାଲି  ଉଦଘାଟନି ଉତ୍ସବ ପାଇଁ ଖୋର୍ଦ୍ଧାରୁ କଟକ ଓ କଟକରୁ ଭୁବନେଶ୍ବର ହେଭି ଭେଇକିଲ ଚଳାଚଳ ବନ୍ଦ ରହିବ । ଟ୍ରାଫିକ ନିୟନ୍ତ୍ରଣରେ ପୋଲିସ ମିତ୍ର, ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟର ଓ NGO ସଂସ୍ଥା ପୋଲିସକୁ ସହଯୋଗ କରିବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ବର DCP ପ୍ରତିକ ସିଂହ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!