ରାଉରକେଲା,୧୩।୧ : ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ ମୋଟ ୪ଟି ମ୍ୟାଚ ଖେଳାଯାଇଥିଲା। ଉଭୟ ସ୍ଥାନରେ ହଜାର ହଜାର ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ରାଉରକେଲାରେ ପ୍ରଥମ ଥର ବିଶ୍ବକପର ମ୍ୟାଚଗୁଡ଼ିକ ଖେଳାଯାଉଥିବାରୁ ସ୍ଥାନୀୟ ଲୋକେ ଅଧିକ ଉତ୍ସାହିତ ଦେଖାଯାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ପ୍ରଶାସନିକ ଅଧିକାରୀ ମଧ୍ୟ ମ୍ୟାଚ ଦେଖିବାକୁ ପହଞ୍ଚି ଥିଲେ। ପୁରୁଷ ହକି ବିଶ୍ବକପ୍-୨୦୨୩ରେ ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଉଦ୍ଘାଟନୀ ଦିବସର ଚତୁର୍ଥ ମ୍ୟାଚ୍ରେ ଶୁକ୍ରବାର ଟିମ୍ ଇଣ୍ଡିଆ ୨-୦ରେ ସ୍ପେନ୍କୁ ପରାସ୍ତ କରିଛି। ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଭାରତୀୟ ଟିମ୍ରେ ଖେଳାଳିମାନେ ଆରମ୍ଭରୁ ସ୍ପେନ୍ ଉପରେ ଆଧିପତ୍ୟ ଜାରି ରଖିଥିଲେ। ଦର୍ଶକମାନେ ମଧ୍ୟ ଖେଳାଳିଙ୍କୁ ସମର୍ଥନ ଯୋଗାଇଥିଲେ।ଓଡ଼ିଆ ପୁଅ ଅମିତ ରୋହିଦାସ ପ୍ରଥମ ଗୋଲ୍ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଉପଅଧିନାୟକ ରୋହିଦାସ ଖେଳର ୧୨ ମିନିଟରେ ଅମିତ ଏକ ପେନାଲ୍ଟି ଗୋଲ୍ ଦେଇଥିଲେ। ୨୬ ମିନିଟରେ ହାର୍ଦ୍ଦିକ ସିଂହ ଅନ୍ୟ ଏକ ଗୋଲ୍ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |