ଭୁବନେଶ୍ବର,୧୯।୧: ପୁରୁଷ ହକି ବିଶ୍ୱକପ୍-୨୦୨୩ରେ ଚିଲି ବିପକ୍ଷରେ ଗୋଲ ବର୍ଷା କରିଛି ନେଦରଲ୍ୟାଣ୍ଡସ୍। କଳିଙ୍ଗ ଷ୍ଟାଡିୟମରେ ଆଜି ଅପରାହ୍ଣ ୩ଟାରେ ଖେଳାଯାଇଥିବା ମ୍ୟାଚ୍ରେ ନେଦରଲାଣ୍ଡ୍ସର ଖେଳାଳିମାନେ ଗୋଲ୍ ବର୍ଷା କରିଛନ୍ତି। ପୁରୁଷ ହକି ବିଶ୍ବକପ୍-୨୦୨୩ରେ ନେଦରଲାଣ୍ଡସ୍ ବିଜୟ ହାସଲ କରିଛି |ଏହି ମ୍ୟାଚ୍ରେ ଚିଲି ବିପକ୍ଷରେ ନେଦରଲାଣ୍ଡସ୍ ବିଶାଳ ବିଜୟ ହାସଲ କରିଛି। ନେଦରଲାଣ୍ଡ୍ସର ଖେଳାଳି ୧୪-୦ ଗୋଲ୍ରେ ଚିଲିକୁ ପରାସ୍ତ କରିଛନ୍ତି।ନେଦରଲାଣ୍ଡସ୍ ପକ୍ଷରୁ ଜନସିନ୍ ଜିପ୍ ସର୍ବାଧିକ ୪ଟି ପେନାଲ୍ଟି ଗୋଲ୍ ଦେଇଥିଲେ। ସେ ଚିଲି ବିପକ୍ଷରେ ୬, ୨୯, ୩୪ ଓ ୪୪ ମିନିଟରେ ଗୋଲ୍ ମାରିଥିଲେ। ବିଙ୍କମ୍ୟାନ୍ ଥିରି ୨୫, ୩୩ ଓ ୫୮ ମିନିଟ୍ରେ ୨ଟି ଫିଲ୍ଡ ଗୋଲ ସମେତ ୩ଟି ଗୋଲ୍ ଦେଇଥିବା ବେଳେ ୪୦ ଓ ୪୫ ମିନିଟରେ ବିଜେନ୍ କୋଏନ୍ ଫିଲ୍ଡ ଗୋଲ ଦେଇଥିଲେ। ଡେ ଭିଡଲର ଡେରାକ୍, ଭାନ୍ ଦାମ୍ ଥିଜିସ, ପିଟରସ୍ ତେରାନ୍ସ, ବ୍ଲକ ଜଷ୍ଟେନ୍ ଓ ବେଇନ୍ସ ଟେଉନ୍ ଯଥାକ୍ରମେ ୨୨, ୨୩, ୩୭, ୪୨ ଓ ୪୮ ମିନିଟରେ ଗୋଲ ଦେଇଥିଲେ|ଚଳିତ ବିଶ୍ବକପରେ ଅଷ୍ଟ୍ରେଲିଆ ଗତ ୧୩ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମରେ ୮-୦ ଗୋଲ୍ରେ ଫ୍ରାନ୍ସ ବିପକ୍ଷରେ ବିଜୟ ହାସଲ କରିଥିଲା। ସେହିପରି ସେହିଦିନ ଇଂଲଣ୍ଡ ୫-୦ ଗୋଲ୍ରେ ୱେଲ୍ସକୁ ପରାସ୍ତ କରିଥିଲା। ୧୪ ତାରିଖରେ ବେଲଜିୟମ୍ ୫-୦ ଗୋଲ୍ରେ କୋରିଆକୁ ହରାଇ ଥିବା ବେଳେ ୧୫ ତାରିଖରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ୍ ଠାରୁ ୫-୧ ଗୋଲ୍ରେ ୱେଲ୍ସ ପରାସ୍ତ ହୋଇଥିଲା। ଏହା ପୂର୍ବରୁ ବିଶ୍ବକପ୍-୨୦୨୩ର ମାଲେସିଆ ୩-୨ ଗୋଲ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ମାଲେସିଆ ତରଫରୁ ସାରି ଫେଇଜଲ୍ ୨ଟି ଗୋଲ କରିଥିବା ବେଳେ ରହିମ ରାଜି ୧ ଗୋଲ କରିଥିଲେ। ସେହିପରି ନିଉଜିଲ୍ୟାଣ୍ଡ ତରଫରୁ ଫିଲିପ୍ସ ହଇଡେନ୍ ଏବଂ ସେମ୍ ଲେନ୍ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ସେମ ଲେନ ଏହି ଗୋଲ ସହିତ ନିଜ କ୍ୟରୀୟରର ୨୫୦୦ ଗୋଲ ସ୍କୋର କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |