ଭୁବନେଶ୍ୱର,୧୦।୧: ଆସନ୍ତାକାଲି ହକି ବିଶ୍ୱକପ୍ ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ବୈଷୟିକ ଏବଂ ବୃତ୍ତିଗତ ଅନୁଷ୍ଠାନଗୁଡିକ ପରେ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସମୟରେ ସମସ୍ତ ସରକାରୀ ଏବଂ ବେସରକାରୀ ଆଇଟିଆଇ / ଡିପ୍ଲୋମା / ବୈଷୟିକ / ବୃତ୍ତିଗତ ଅନୁଷ୍ଠାନଗୁଡିକ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ସମସ୍ତ ଅଫିସ ୧ଟା ପରେ ବନ୍ଦ ରହିବ। ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି ରହିବ। ହକି ବିଶ୍ୱକପ ଉଦଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ଲାଗି ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଏନେଇ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ସରକାର ଘୋଷଣା କରିଛନ୍ତି।ଏହି ସବୁ ଅନୁଷ୍ଠାନଗୁଡିକର ଛାତ୍ରମାନେ କିପରି ଓଡିଶା ହକି ପୁରୁଷ ବିଶ୍ୱକପ ୨୦୨୩ ର ଉଦଘାଟନୀ ସମାରୋହରକୁ ଉପଭୋଗ କରିପାରିବେ ତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ନିଷ୍ପତି ନେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |