ଭୁବନେଶ୍ୱର,୧୮।୧: ହକି ବିଶ୍ବକପ୍ର ଟିକେଟ୍ ପାଇଁ ୫ ଜଣ କଳାବଜାରୀ ଗିରଫ | ଚଳିତ ଥର ହକି ବିଶ୍ୱକପ୍ ଓଡିଶାରେ ଅନୁଷ୍ଟିତ ହୋଇଛି । ଯାହାକୁ ନେଇ ଭୁବନେଶ୍ୱର ଠାରୁ ଆରମ୍ଭ କରି ରାଉରକେଲା ପର୍ଯ୍ୟନ୍ତ ସବୁଠି ହକିର ଚର୍ଚ୍ଚା ହୋଉଛି । ଏଥିସହିତ ଏହି ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କ ଭିଡ ମଧ୍ୟ ଜମୁଥିବା ଦେଖିବାକୁ ମିଳିଛି। ଯାହାର ଫାଇଦା ଉଠାଇଛନ୍ତି କିଛି କଳାବଜାରୀ ଲୋକ । ତେବେ ସେମାନେ ଚିକେଟର କଳାବଜାରୀ କରୁଥିବା ଜଣାପଡିଛି । ଫଳରେ ଏହି ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ସହିଦ୍ ନଗରଠାରେ କିଛି ବ୍ୟକ୍ତି ହକି ବିଶ୍ୱକପ୍ ଟିକେଟ୍ କଳାବଜାରୀ କରୁଥିଲେ । ଫଳରେ ଏହି ମାମଲାରେ ସହିଦନଗର ଥାନା ପୋଲିସ୍ ଏହି ୫ ଜଣଙ୍କୁ ଗିରଫ କରିଛି । ତେବେ ସେମାନେ ୧୦୦ ଟଙ୍କା ଟିକେଟକୁ ୧୦୦ ଟଙ୍କାରେ ବିକ୍ରି କରୁଥିବାବେଳେ ୨୦୦ ଟଙ୍କିଆ ଟିକେଟକୁ ୨୦୦୦ ଏବଂ ଏବଂ ୫୦୦ ଟଙ୍କିଆ ଟିକେଟକୁ ୪୦୦୦ ଟଙ୍କାରେ ବିକ୍ରି କରୁଥିଲେ । ଏଥିସହିତ ଏହି ୫ ଜଣ ଚଢା ଦରରେ ଟିକେଟ୍ ବିକିବା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ମଧ୍ୟ ଦେଇଥିଲେ । ଯାହାକି ସେମାନଙ୍କୁ ମହଙ୍ଗା ପଡିଛି । ଫଳରେ ଏହି ଘଟଣା ବିଷୟରେ ପୋଲିସ ଖବର ପାଇଁ ୫ ଜଣ ଟୁକେଟ୍ ଦଲାଲଙ୍କୁ ଗିରଫ କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |