ଭୁବନେଶ୍ୱର,୧୯।୧:ପୁରୁଷ ହକି ବିଶ୍ବକପ୍-୨୦୨୩ରେ ଗୁରୁବାର ଭାରତ ବିଜୟୀ ହୋଇଛି। ଭାରତୀୟ ଟିମ୍ ୪-୨ ଗୋଲ୍ରେ ୱେଲ୍ସକୁ ପରାସ୍ତ କରିଛି। ଭାରତ ପୁଲ୍-ଡି’ରେ ଦ୍ବିତୀୟ ସ୍ଥାନରେ କ୍ରସ୍ଓଭର ଖେଳିବ। କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ ୱେଲସ୍ ମଧ୍ୟରେ ଜୋରଦାର ଲଡେଇ ଦେଖିବାକୁ ମିଳିଛି। ଏହି ଲଢେଇରେ ଭାରତ ୱେଲସକୁ ୪-୨ ଗୋଲ୍ରେ ମାତ୍ ଦେଇଛି। ଏହା ସହିତ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜୟ ରହିଛି। ତେବେ ଭାରତକୁ କ୍ଵାଟର ଫାଇନାଲ ମ୍ୟାଚ ଖେଳିବା ପାଇଁ କ୍ରସଓଭର ମ୍ୟାଚ ଖେଳିବାକୁ ପଡ଼ିବ। ୨୨ ଜାନୁଆରୀରେ ହେବାକୁ ଥିବା ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ।ଏହି ମ୍ୟାଚ୍ରେ ଆରମ୍ଭରୁ ହିଁ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା । ତେବେ ୨୨ ତମ ମିନିଟ୍ରେ ଶମଶେର ସିଂ ପ୍ରଥମ ଗୋଲ୍ ସ୍କୋର କରି ଭାରତକୁ ଆଗୁଆ କରିଥିଲେ । ଏହାପରେ ୩୩ ତମ ମିନିଟ୍ରେ ଦ୍ୱିତୀୟ ଗୋଲ୍ ଆକାଶଦୀପ କରିଥିଲେ । ତେବେ ୪୩ ମିନିଟ୍ ଏବଂ ୪୫ ମିନିଟ୍ରେ ୱେଲସ୍ ଖେଳାଳି ଦୁଇଟି ଗୋଲ୍ ସ୍କୋର କରିଥିଲେ । ମାତ୍ର ଦୁଇ ମିନିଟ୍ ମଧ୍ୟରେ ଦୁଇଟି ଗୋଲ୍ କରିବା ପରେ ଭାରତୀୟ ଟିମ୍ ଚାପରେ ଆସି ଯାଇଥିଲା । ତେବେ ୪୬ ମିନିଟ୍ରେ ଆକାଶଦୀପ ସିଂ ଆଉ ଏକ ଗୋଲ୍ ସ୍କୋର କରି ପୁଣି ଭାରତକୁ ଆଗୁଆ କରିଥିଲେ । ଏହାପରେ ଭାରତୀୟ ରକ୍ଷଣାଭାଗ ୱେଲସକୁ ଆଉ କୌଣସି ସୁଯୋଗ ଦେଇ ନଥିଲେ ଏବଂ ଶେଷ ମିନିଟ୍ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଭାରତୀୟ ଅଧିନାୟକ ହରମନପ୍ରୀତ ସିଂ କୋଣସି ଭୁଲ୍ ନକରି ଆଉ ଏକ ସ୍କୋର ଗୋଲ୍ କରି ଭାରତକୁ ୪-୨ ସହିତ ବିଜୟୀ କରିଥିଲେ|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |