କୋରାପୁଟ ,୧୭ ।୧୨:କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଦିବାସୀ ଝିଅ ନମିତା। କଟକ ବାରବାଟି ଷ୍ଟାଡିୟମରେ 2023 ଜାନୁଆରୀ 11ତାରିଖରେ ହକି ବିଶ୍ଵ କପର ଉଦଘାଟନ ସଂଗୀତ ଗାନ କରିବେ । ହକି ବିଶ୍ଵ କପରେ ଇଭେଣ୍ଟ ମ୍ୟାନେଜର ଡାକ୍ତର କପିଳ ସାଙ୍ଗଭି ଏଥିଲାଗି ତାଙ୍କୁ ମୁମ୍ବାଇ ଯାଇଛନ୍ତି। ପାହାଡିଆ ଇଲାକା ବନ୍ଧୁଗାଁ ବ୍ଲକ ଚିନ୍ତାଗୁଡ଼ା ଗାଁର ନମିତା ମେକେକା କରୋନା ମହାମାରି ସମୟରେ ଅନେକ ଗୀତ ସୋସିଆଲ ମିଡିଆରେ ଲକ୍ଷ୍ମୀପୁର ଅର୍ଗସ ପ୍ରତିନିଧି ବଂଶୀଧର ତାଙ୍କ ସଙ୍ଗୀତକୁ ପ୍ରଥମେ ଅର୍ଗସ ନ୍ୟୁଜରେ ପ୍ରସାରଣ କରିବା ପରେ ସୋସିଆଲ ମିଡିଆ ଚର୍ଚ୍ଚାରେ ରହୁଥିଲେ। ପୁଣି ଆଜି ହକି ବିଶ୍ଵ କପ୍ ପାଇଁ ଆଜି ମୁମ୍ବାଇ ଏକ ପ୍ରତିଷ୍ଠିତ ଷ୍ଟୁଡ଼ିଓରେ ଗୀତ ପରିବେଷଣ କରିଥଲେ ଏବେ ଗାଆଁ ଠାରୁ ଆରମ୍ଭ କରି କୋରାପୁଟ ଜିଲ୍ଲା ଓ ସାରା ରାଜ୍ୟରେ ଗର୍ବ ଅନୁଭବ କରୁଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |