ହଜାରିବାଗ ତୀର୍ଥଯାତ୍ରୀ ଵସ ଦୁର୍ଘଟଣା,୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧୦ ମୟୁରଭଞ୍ଜରୁ ବାରଣାସୀ କୁ ଯାଇଥିବା  ତୀର୍ଥ ଯାତ୍ରୀ ବସ  ଫେରିବା  ବାଟରେ  ଝାଡଖଣ୍ଡର  ହଜାରିବାଗରେ  ଦୁର୍ଘଟଣା ଗ୍ରସ୍ତ ହୋଇଥିବା  ଏବଂ  କିଛି ଲୋକଙ୍କ ମୃତ୍ୟୁ ଘଟଣାରେ  ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକ ଗଭୀର  ଶୋକ ପ୍ରକାଶ କରିଛନ୍ତି । ଉକ୍ତ ବସ୍‌ରେ ୫୫ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ତୀର୍ଥଯାତ୍ରୀ ଅନୁଗୋଳ, ଢେଙ୍କାନାଳ ଏବଂ ମୟୂରଭଞ୍ଜର ଅଟନ୍ତି। ମୃତକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିବାସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଯାତ୍ରୀ ଯେପରି ଶୀଘ୍ର ନିଜ ନିଜ ଘରକୁ ଫେରିବେ ସେଥିପାଇଁ ଝାଡ଼ଖଣ୍ଡ ସରକାରଙ୍କ ସହ ସମନ୍ବୟ ରଖି ବ୍ୟବସ୍ଥା କରିବାପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲାପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ  ନିକଟ  ସମ୍ପର୍କୀୟ ଙ୍କ ପାଇଁ  ମୁଖ୍ୟମନ୍ତ୍ରୀ ଦୁଇ  ଲକ୍ଷ  ଟଙ୍କା ଅନୁକମ୍ପା ମୂଳକ  ସହାୟତା   ଘୋଷଣା  କରିବା  ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: