ହନୁମାନ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ

 

ବ୍ରହ୍ମପୁର-(ମନୋଜ କୁମାର ପାତ୍ର)୩/୦୫: କୁକୁଡାଖଣ୍ଡି ଗ୍ରାମର ଗୌଡ଼ ସାହି ସ୍ଥିତ ଗାଦୁଲ ପୋଖରୀ ନିକଟରେ ଏକ ହନୁମାନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବ ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖରେ ସମାପ୍ତ ହେବାକୁ ଥିବା ବେଳେ ଗୁରବାର ଦିନ ସ୍ଥାନୀୟ ସମାଜସେବୀ ତଥା କମିଟି ସଭାପତି ଦିବାକର ପାତ୍ରଙ୍କ ପୌରାହିତ୍ୟରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ପ୍ରସ୍ତୁତି ବୈଠକରେ ଗ୍ରାମର ୨୦ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ।ଏଥିରେ ଉପସଭାପତି ଭାବେ କେ.ମଣିବାବୁଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ କାମାକ୍ଷା ପ୍ରସାଦ ପାତ୍ର, ସରପଞ୍ଚ ବନ୍ଦନା ସେଠି, କୈଳାଶ ରଣା, ପ୍ରମୁଖ ମନୋନୀତ ହୋଇଛନ୍ତି । ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଶିବପ୍ରସାଦ ଦୋରା, ରଞ୍ଜନ ପଟ୍ଟନାୟକ, ଟୁକୁନା ସେଠି, ପ୍ରଗତି ଦଳାଇଙ୍କ ସମେତ ଅନ୍ୟ କମିଟି ବୃନ୍ଦଙ୍କୁ ଚୟନ କରାଯାଇଛି । ବୈଠକ ପରିଶେଷରେ କେ. ମଣିବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: