ହନୁମାନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ

 

ମୁନିଗୁଡା,18/3 (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଜଗନ୍ନାଥ ମନ୍ଦିର ପରିସରରେ ନୂତନ ଭାବେ ତିଆରି ହୋଇଥିବା ସଙ୍କଟମୋଚନ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ଶୁଭ ଖୁଣ୍ଟି ସ୍ଥାପନ ପୂଜା ଅନୁଷ୍ଠିତ ହୋଇଯାଇଛି l ପଣ୍ଡିତ ବିଶ୍ୱନାଥ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ପୂଜାରେ ନୂତନ ମନ୍ଦିର ସମ୍ମୁଖରେ ପ୍ରଥମେ କଳସ ସ୍ଥାପନ କରି ପୂଜାର୍ଚ୍ଚନା,ହୋମଯଜ୍ଞ ଓ ଖୁଣ୍ଟିକୁ ପ୍ରତିଷ୍ଠା ପୂଜା କରିବା ସହ ବିଭିନ୍ନ ପୂଜା କରି ଶୁଭ ଖୁଣ୍ଟିରେ ପୂଜକରାଯାଇଥିବା କଳସ ବାନ୍ଧିବାସହ ଖୁଣ୍ଟିକୁ ସ୍ଥାପନ କରିଥିଲେ l କର୍ତ୍ତା ଭାବେ ରାଜୀବ ଲୋଚନ ଦାସ ଓ ସଂଯୁକ୍ତା ଦାସ କାର୍ଯ୍ୟ ତୁଲାଉଥିବା ବେଳେ ପୁରୋହିତ ଦୁର୍ଗା ପ୍ରସାଦ ପାଢ଼ୀ ଓ ହନୁମାନ ମନ୍ଦିରର ପୂଜକ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଶଙ୍ଖୁଆ ସନ୍ତୋଷ ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା ଏପ୍ରିଲ ମାସ 10 ତାରିଖରୁ 14 ତାରିଖ ପାଞ୍ଚ ଦିନ ପର୍ଯ୍ୟନ୍ତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳନ କରାଯିବ ବୋଲି ମନ୍ଦିର କମିଟିର ସର୍ବଶ୍ରୀ ରତନ ଲାଲ ଜୈନ ସୂଚନା ଦେଇଛନ୍ତି l ଉକ୍ତ ଶୁଭ ଖୁଣ୍ଟି ସ୍ଥାପନ ପୂଜାକୁ କମିଟିର ନନ୍ଦ କିଶୋର ପଟ୍ଟନାୟକ,ଶ୍ରୀକାନ୍ତ ସାହୁ(କାଳିଆ),ରମାକାନ୍ତ ମାର୍ଥା, ମନୋଜ ସାହୁ,ଏଙ୍କେଟି ବାବୁ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: