ବ୍ରହ୍ମପୁର-୨୭/୯(ମନୋଜ କୁମାର ପାତ୍ର):କନ୍ୟା ସଂକ୍ରାନ୍ତି ବିଶ୍ୱକର୍ମା ପୂଜା ଅବସରରେ ବ୍ରହ୍ମପୁର ହରିଡାଖଣ୍ଡି ରୋଡ଼ ସ୍ଥିତ ବିଶ୍ୱକର୍ମା ମନ୍ଦିରରେ ପୂଜା କାର୍ଯ୍ୟକ୍ରମ ମହାଆଡମ୍ବର ସହ ପାଳନ କରାଯାଇଅଛି। ତେବେ ବ୍ରହ୍ମପୁର ସ୍ଥିତ ଏହି ବିଶ୍ୱକର୍ମା ମନ୍ଦିର ଓଡ଼ିଶାର ସର୍ବପୁରାତନ ପ୍ରଥମ ବିଶ୍ୱକର୍ମା ମନ୍ଦିର ୧୯୨୫ ମସିହାରେ ଏହି ମନ୍ଦିର ଏକ ଟୁଙ୍ଗୀରେ ଆରମ୍ଭ କରି ଆଜି ଏକ ଭବ୍ୟ ମନ୍ଦିରର ରୂପରେ ସମ୍ପୁର୍ଣ୍ଣ ଓଡ଼ିଶାରେ ତାର ସ୍ୱତନ୍ତ୍ର ପରିଚୟ ହାସଲ କରି ପାରିଛି। ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ବିହିତ ବିଧି ବ୍ୟବସ୍ଥା ଭିତରେ ବୈଦିକ ରୀତିନୀତି ଅନୁସାରେ ସକାଳୁ ସୂର୍ଯ୍ୟପୂଜା ଗାୟତ୍ରୀ ପୂଜା ଆବାହନ ହୋମ ଏବଂ ପୁଷ୍ପାଞ୍ଜଳି ପରେ ପୂର୍ଣାହୁତି କାର୍ଯ୍ୟକ୍ରମ ସମ୍ପାଦିକା କରାଯାଇଥିଲା। ପୂଜାରେ କର୍ତ୍ତା ଭାବରେ ସୂର୍ଯ୍ୟ ନାରାୟଣ ମହାରଣା ଯୋଗଦାନ ଦେଇଥିବା ବେଳେ। ପୂଜା ପରେ ମନ୍ଦିରର ଆନୁଷଙ୍ଗିକ ଉନ୍ନୟନ ବିଷୟରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା କମିଟିର ସମୀକ୍ଷକ ରାଜେନ୍ଦ୍ର ପ୍ରସାଦ ମହାରଣା ମୁଖ୍ୟ ଉପଦେଷ୍ଟା ଭାଗୀରଥି ମହାରଣା ସୁରେନ୍ଦ୍ର ମହାରଣା ରାଜଶ୍ରୀ ଉପେନ୍ଦ୍ର ମହାରଣା ଏବଂ ସନ୍ୟାସୀ ମହାରଣା ପ୍ରମୁଖ ଉପସ୍ଥିତ ରହି ମନ୍ଦିରର ଆଗକୁ ଉନ୍ନତି ପାଇଁ ସର୍ବସମ୍ମତ ମତ ଉପରେ ଆଲୋଚନା କରିଥିଲେ। ମନ୍ଦିର ଉନ୍ନୟନ କମିଟିର ସଭାପତି ଦେବହରି ମହାରଣା କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ମହାରଣା କୋଷାଧ୍ୟକ୍ଷ ପ୍ରଫୁଲ ମହାରଣା ସମ୍ପାଦକ ଶଙ୍କର ମହାରଣା ଯୁଗ୍ମ ସମ୍ପାଦକ ଜୟ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ। ପୂଜା କମିଟିର ସଭାପତି ପ୍ରଭକାର ମହାରଣା, ପ୍ରଶାନ୍ତ ମହାରଣା, ରବୀନ୍ଦ୍ର ମହାରଣା, ପ୍ରଶାନ୍ତ ମହାରଣା, ସନ୍ତୋଷ ମହାରଣା, ମିଟୁ ମହାରଣା, ରାଜୁ ମହାରଣା ଶ୍ୟାମ ମହାରଣା, ସଞ୍ଜୟ ମହାରଣା, କିରଣ ମହାରଣା, ସୁରେଶ ମହାରଣା, ସୁଶାନ୍ତ ମହାରଣା ପ୍ରମୁଖ ସଭ୍ୟ ମାନେ ସହଯୋଗ କରିଥିଲେ। ଅନେକ ଶ୍ରଦ୍ଧାଳୁ ଆସି ଭଗବାନଙ୍କର ଦର୍ଶନ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଏହି ପବିତ୍ର ଅବସରରେ ସାରା ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |