‘ହର ଦିଲ୍‌ମେ ଗାନ୍ଧି’ର ଶୁଭାରମ୍ଭ

ଭୁବନେଶ୍ୱର,୨ା୧୦ : ‘ହର ଦିଲ୍‌ମେ ଗାନ୍ଧି’ର ଶୁଭାରମ୍ଭ|ଗାନ୍ଧି ଜୟନ୍ତୀ ଉପଲକ୍ଷେ ‘ହର ଦିଲ୍‌ମେ ଗାନ୍ଧୀ’ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟନ କରାଯାଇଛି । ଏହା ସହିତ ଗାନ୍ଧି ସଚେତନତା ଯାତ୍ରା ଓ ସଭା କରାଯାଇଛି । ପ୍ରଥମେ ସକାଳେ ଜନତା ମଇଦାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ୟୁନିଟ୍‌-୯ ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ସ୍ମୃତିସ୍ତମ୍ଭଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରୁ ବାହାରି ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ସ୍କୁଲ୍‌ ଛାତ୍ରଛାତ୍ରୀ, ସ୍କାଉଟ୍‌ ଓ ଗାଇଡ୍‌ ପିଲାମାନେ “ଗାନ୍ଧି ସଚେତନତା ପଦଯାତ୍ରା’ରେ ଯାଇ ସ୍କାଉଟ୍‌ ଗାଇଡ୍‌ ଅଫିସ୍‌ରେ ପହଞ୍ଚିଥିଲେ । ସ୍କାଉଟ୍‌ ଗାଇଡ୍‌ ପ୍ରେକ୍ଷାଳୟରେ ସଚେତନତା ସଭା ସହିତ “ହର ଦିଲ୍‌ମେ ଗାନ୍ଧୀ’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ହୋଇଥିଲା ।ବର୍ଷେବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ଓ ସଚେତନଧର୍ମୀ ଅଭିନବ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ନିର୍ବାଚନ ଆୟୋଗଙ୍କ ପୂର୍ବତନ ଉପଦେଷ୍ଟା ବିଶିଷ୍ଟ ଗାନ୍ଧିବାଦୀ ଡ. ଭଗବାନ ପ୍ରକାଶ ଯୋଗ ଦେଇଥିଲେ । ଏ ବର୍ଷ ଗାନ୍ଧି ଜୟନ୍ତୀରୁ ସର୍ବଭାରତୀୟ ସ୍ତରରେ ଏକ ବର୍ଷବ୍ୟାପୀ ଗାନ୍ଧଶ ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ “ହର ଦିଲ୍‌ ମେ ଗାନ୍ଧି’ ଚାଲିବ । ଏନେଇ କାର୍ଯ୍ୟକ୍ରମର ଆବାହକ ତଥା ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଉତ୍ତରଦାୟାଦ ସଂଗଠନର ସମ୍ପାଦକ ଶିବ ନାରାୟଣ ମିଶ୍ର ସୂଚନା ଦେଇଥିଲେ ।ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଗାନ୍ଧିଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ସହିତ ପଦଯାତ୍ରା ଓ ରଚନାତ୍ମକ କାର୍ଯ୍ୟକ୍ରମ ଜରିଆରେ ଦେଶର ଯୁବପୀଢ଼ିଙ୍କୁ ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ଶାନ୍ତିର ମାର୍ଗରେ ଉଦ୍‌ବୁଦ୍ଧ କରିବା ପାଇଁ ବହୁ ସଂଖ୍ୟାରେ “ଗାନ୍ଧି ସେବକ’ଙ୍କୁ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରହିଛି । ଗାନ୍ଧି ଗ୍ଲୋବାଲ ଫାଉଣ୍ଡେସନ୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମନୋଜ ଜେନା, ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ସହ ଅଧ୍ୟକ୍ଷ ତଥା ଏ କାର୍ଯ୍ୟକ୍ରମର ସଂଯୋଜକ ପ୍ରସନ୍ନ ବିଶୋଇ, ସ୍କାଉଟ୍‌ ଗାଇଡ୍‌ ଯୁଗ୍ମ ସମ୍ପାଦକ ମିହିର ପଟ୍ଟନାୟକ, ସହାୟକ ସାଙ୍ଗଠନିକ କମିଶନ ଚନ୍ଦନ ଦାସ, ସୌମ୍ୟା ପାଇକରାୟ, ଅୟସ୍ମିତା ପଣ୍ଡା, ଅବିନାଶ ଗଡ଼ନାୟକ, ଭବାନନ୍ଦ ଦାସ, ସହିଦ ସ୍ମୃତି ପରିଷଦ ସମ୍ପାଦକ ପ୍ରମେଶ ମହାନ୍ତି, ନାରାୟଣୀ ସେବା ଫାଉଣ୍ଡେସନ୍‌ ସମ୍ପାଦିକା ସମିତା ମହାରଣା, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସୀତାଂଶୁ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: