ହଷ୍ଟେଲ୍ ରୁମ୍‌ରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଯାଜପୁର,୨୮।୩: ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କ୍ୟାମ୍ପସ୍ ପାଇଁ ସେ ଚୟନ ହୋଇଥିଲେ। ଏନେଇ କଲେଜରେ କିଛି ସହପାଠୀ ତାଙ୍କୁ ହଇରାଣ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଇଲେକ୍ଟ୍ରିକାଲ୍ ତୃତୀୟ ବର୍ଷର ଛାତ୍ରୀ ରୋଜାଲିନ୍ ପାତ୍ରଙ୍କ (୧୮) ଝୁଲନ୍ତା ମୃତଦେହ ହଷ୍ଟେଲ୍ ରୁମ୍‌ରୁ ଉଦ୍ଧାର କରାଯାଇଛି। ରୋଜାଲିନ ଜଣେ ମେଧାବୀ ଛାତ୍ରୀ ଥିଲେ। ରୋଜାଲିନଙ୍କ ମୃତ୍ୟୁ ପରେ ପରିବାର ଲୋକେ ସାଂଘାତିକ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗାଁର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ୪ଟି କ୍ୟାମ୍ପସ୍ ପାଇଁ ଚୟନ ହୋଇଥିଲେ। ଏନେଇ କଲେଜରେ କିଛି ସହପାଠୀ ତାଙ୍କୁ ହଇରାଣ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରକି ଜଣେ ଛାତ୍ର ତାଙ୍କୁ ମାଡ଼ ମାରିଥିବା ବି ରୋଜାଲିନଙ୍କ ମା’ ଅଭିଯୋଗ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!