ହସ୍ପିଟାଲ ପରିସରରେ ମା ଓ ପୁଅଙ୍କୁ ଆକ୍ରମଣ

ବଲାଙ୍ଗୀର ୧୬/୦୮: ବଲାଙ୍ଗୀର ଭୀମଭୋଇ ମେଡକାଲ ଡାଇରିଆ ୱାର୍ଡ ପାଖରେ ହତ୍ୟା । ଏଠାରେ ମା ଓ ପୁଅଙ୍କୁ ଆକ୍ରମଣ କରାଯାଇଛି।  ପୁଅକୁ ବଞ୍ଚାଇବା ପାଇଁ ଯାଇ ମହିଳା ଜଣକ  ଆକ୍ରମଣର ଶିକାର ହୋଇଛନ୍ତି। ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ପରିସରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଅଜୁ ଦୋରା। ତାଙ୍କ ମା’ ଜୟନ୍ତୀ ଦୋରାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।  ସୂଚନା ଅନୁସାରେ, ସୁଦପଡ଼ା ଅଞ୍ଚଳର ଅଜୁ ଓ ତାଙ୍କ ମା’ ଜୟନ୍ତୀ  ଭୀମଭୋଇ ମେଡିକାଲ କଲେଜ ପରିସରରେ ଠେଲା ଗାଡ଼ିରେ ଖାଦ୍ୟ ବିକ୍ରି କରନ୍ତି। ଆଜି ସକାଳୁ ସକାଳୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଏମ.ସି.ଏଚ କୋଠା ନିକଟରେ ସୁଦପଡାର ଜୟନ୍ତୀ ଦୋରା ଏବଂ ପୁଅ ଅଜୁ ଦୋରାଙ୍କୁ ଆକ୍ରମଣ କରାଯାଇଛି। ଘଟଣାସ୍ଥଳ‌‌ରେ ଅଜୁର ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ମା ଜୟନ୍ତୀ ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି।   ଦୁଇଜଣ ଅଜଣା ଯୁବକ ଆକ୍ରମଣ କରିଥିବା ଜଣାପଡିଛି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: