ଭୁବନେଶ୍ୱର,୧୪।୫: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ୧୯୮୩ ମସିହାରୁ ୧୯୯୪ ମସିହା ଯାଏ ଜଷ୍ଟିସ ମିଶ୍ର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ୧୯୩୨ ଡିସେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ମିଶ୍ର ୫୦ ଦଶକରେ ଓକିଲାତି ଆରମ୍ଭ କରିଥିଲେ। ଓଡ଼ିଶା ୱାକଫ ବୋର୍ଡ ପାଇଁ କିଛି ବର୍ଷ ସ୍ତାଣ୍ଡିଂ କାଉସିଲ ଭାବେ କାର୍ଯ୍ୟ କରିବା ପରେ କେନ୍ଦ୍ର ସରକାରଙ୍କ ଏଫ୍ସିଆଇରେ ମଧ୍ୟ ଷ୍ଟାଣ୍ଡିଂ କାଉନସିଲ ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। କେବଳ ସେତିକି ନୁହେଁ, ଜଷ୍ଟିସ୍ ମିଶ୍ର ଭାରତୀୟ ଜୀବନ ବୀମା ନିଗମର ଆଇନ୍ ପରାମର୍ଶ ଦାତା ଭାବେ ମଧ୍ୟ ସେ ଖୁବ୍ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |