ବଲାଙ୍ଗୀର ,୧୯/୧୦: ବଲାଙ୍ଗୀର ଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆଜି ବଲାଙ୍ଗୀର ୧୨ ଘଣ୍ଟିଆ ବନ୍ଦ ପାଳନ । ବଲାଙ୍ଗୀର ଏକ୍ସନ କମିଟି ଓ ଜିଲ୍ଳା ଓକିଲ ସଙ୍ଘର ବନ୍ଦ ଡାକରାରେ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ତେବେ ପାଟଣା ରାଜ୍ୟ ଥିବା ସମୟରେ ବଲାଙ୍ଗୀର ଠାରେ ହାଇକୋର୍ଟର ଏକ ବେଞ୍ଚ କାମ କରୁଥିଲା ।ଏଠାରେ ଯାନବାହାନ ଚଳାଚଳ ସ୍ବାଭାବିକ ରହିଛି। ସ୍କୁଲ କଲେଜକୁ ବନ୍ଦରୁ ମଧ୍ୟ ବାଦ୍ ଦିଆଯାଇଛି। ଆଜି ସକାଳେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଦିଆଯାଇଛି। ଏହି ଆନ୍ଦୋଳନକୁ ବିଭିନ୍ନ ସଂଗଠନର ମଧ୍ୟ ସମର୍ଥନ ମିଳିଛି। ତେବେ ଆଜି ବନ୍ଦ୍ ପାଳନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ ଓ ପୋଷ୍ଟଫିସ ବନ୍ଦ କରାଯାଇଥିବା ବେଳେ ଦୋକାନ ବଜାର ସ୍କୁଲ କଲେଜ, ଗାଡିଚାଳଚଳକୁ ବାଦ ଦିଆଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ଏ ଆନ୍ଦୋଲନରେ ୨୦ରୁ ଅଧିକ ସଂଗଠନ ସମର୍ଥନ ଦେବା ସହ ସାମିଲ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |