ରାଉରକେଲା,୨୭ା୩ : ରାଉରକେଲା ଚାନ୍ଦିପୋଷରେ ମର୍ମନ୍ତୁଦ ଦୁର୍ଘଟଣା । ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ‘ପ୍ରଭା’ ନାମକ ଘରୋଇ ବସ୍ ଆଜି ଭୋର ସାଢ଼େ ୪ଟା ସମୟରେ ଚାନ୍ଦିପୋଷ ନିକଟରେ ରାସ୍ତାରେ ଖରାପ ହୋଇ ପଡ଼ିଥିବା ଏକ ହାଇୱାକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାସହ ୮ ଜଣ ଯାତ୍ରୀ ଆହତ ହୋଇଥିଲେ।ହାଇୱକୁ ଧକ୍କା ଦେଇ ଓଲଟିଲା ବସ୍, ୨ ଜଣଙ୍କ ମୃତ୍ୟୁ ହୋଇଛି ।ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆଜି ଭୋର ସାଢ଼େ ୪ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ବସ୍ ମାଲିକ ସତ୍ୟ ପ୍ରକାଶ ନାୟକ ଓ ଜଣେ ଛୋଟ ଛୁଆ ଅଛନ୍ତି। ଦୁର୍ଘଟଣା ପରେ ଚିକିତ୍ସା ପାଇଁ ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୫ ଆହତଙ୍କୁ ଜେପି ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବସ୍ ଡ୍ରାଇଭରଙ୍କୁ ଆଇଜିଏଚ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ୨ ଆହତ ଚିକିତ୍ସା ପରେ ଡିସ୍ଚାର୍ଜ ହୋଇଛନ୍ତି। ଘରୋଇ ବସ ମାଲିକଙ୍କ ସହ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବରରୁ ରାଉରକେଲା ଯିବା ବେଳେ ଘଟିଛି ଦୁର୍ଘଟଣା । ଆହତକୁ rgh ଓ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |