ହାତୀ ଆତଙ୍କ :,ବ୍ୟାପକ ଫସଲ ନଷ୍ଟ, ଘୋଉଡାଇକୁ ଦାବି କଲେ ମୁନିଗୁଡାବାସୀ

ମୁନିଗୁଡା,୧୪/୬ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅଧିନସ୍ଥ ତଥା ପାତ୍ରଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଜୁଲୁଗୁଡା ଓ ବଣ୍ଡାଗୁଡା ଗ୍ରାମରେ ହାତୀପୋଲର ଉପଦ୍ରଵ ଦେଖିବାକୁ ମିଳିଛି l ଗତ କାଲି ରାତ୍ରରେ ଏକ ହାତୀପୋଲ ଗ୍ରାମ ନିକଟସ୍ଥ ନିୟମଗିରି ଜଙ୍ଗଲରୁ ଆସି ରାଜୁଲୁଗୁଡା ଓ ବଣ୍ଡାଗୁଡା ଗ୍ରାମରେ ପଶି ଆତଙ୍କ କରି ବ୍ୟାପକ ଫସଲ ନଷ୍ଟ କରିଥିବା ଦେଖାଯାଇଛି l ଗ୍ରାମର ବୁଡୁ କାଡ୍ରାକା,ସନ୍ତୋଷ କାଡ୍ରାକା,ବିଦ୍ୟା ତାଡିକା,ମୌତିଲି କାଡ୍ରାକା,ରାମଚନ୍ଦ୍ର କାଡ୍ରାକା, ହରିବନ୍ଧୁ କାଡ୍ରାକା,ଅରୀକ୍ଷିତ ସାହୁ ପ୍ରମୁଖଙ୍କ କଦଳୀ ବାଡ଼,ସପୁରି ଗଛ, ପଣସ,ଆମ୍ବ ଫସଲ ନଷ୍ଟ କରିବା ସହ ଗୋଟିଏ ସୋଲାର ପମ୍ପ, ସୋଲାର ଓ ଦୁଇଟି ଘର ନଷ୍ଟ କରିଥିବା ଜଣାପଡିଛି l

WhatsApp Image 2021 06 14 at 12.38.24 PM

ଏହି ହାତୀପୋଲରେ ଦୁଇଟି ଦନ୍ତା ହାତୀ,5ଟି ମାଈ ହାତୀ ଓ 5ଟି ଛୁଆ ହାତୀ ଥିବା ଗ୍ରାମବାସୀ ମାନେ ଅନୁମାନ କରୁଥିବା ବେଳେ ଶୀଘ୍ର କ୍ଷୟକ୍ଷତିର ଆକଳନ କରି ସରକାର ସହାୟତା ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି l ଅନ୍ୟପଟେ ଯଶୋଦା ସାହୁ ନାମକ ଜଣେ ବୃଦ୍ଧା ଘରେ ସୋଇଥିବା ବେଳେ ସେ ହାତୀପୋଲଙ୍କ ଶବ୍ଦ ଶୁଣି ଡରି ଘରୁ ବାହାରି ଦୌଡ଼ି ପଳାଇ ଥିଲେ l ହାତୀ ମାନେ ସେହି ଘର ଭାଙ୍ଗିବା ସହ ଆସବାବପତ୍ର ନଷ୍ଟ କରିଦେଇ ଥିଲେ l ଖବର ପାଇ ମୁନିଗୁଡା ରେଞ୍ଜର ପ୍ରସନ୍ନ କୁମାର ମିଶ୍ରଙ୍କ ନିର୍ଦେଶ କ୍ରମେ ବନ ବିଭାଗର ଫୋରେଷ୍ଟର ଦିନବନ୍ଧୁ ଶବର,ମହିଳା ଫୋରେଷ୍ଟ ଗାର୍ଡ ପୁଷ୍ପାଞ୍ଜଳି ନାୟକ,ୱାଇଲଡ ଲାଇଫ ସ୍କୁଆଡ ସନ୍ତୋଷ ବେହେରା,ରାଜୀବ ରାଉତ ପ୍ରମୁଖଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉକ୍ତ ଗ୍ରାମକୁ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି କ୍ଷୟକ୍ଷତିର ଆକଳନ କରିଥିଲେ l ଉକ୍ତ ହାତୀ ପୋଲ ଗୁଡିକ ପଡୋଶୀ କଳାହାଣ୍ଡି ଜିଲ୍ଲାରୁ ଆସିଥିବା ଅନୁମାନ କରାଯାଉଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଇ ଉପରିସ୍ଥ ଅଧିକାରୀଙ୍କୁ ପଠାଯିବ ଏବଂ ସରକାରଙ୍କ ତରଫରୁ ଯାହା ସହାୟତା ରାଶି ମିଳିବକୁ ନିୟମ ଥିବ ସେହି ଅନୁଯାୟୀ ଯଥାଶୀଘ୍ର ଦିଆଯିବ ବୋଲି ଫୋରେଷ୍ଟର ଦିନବନ୍ଧୁ ଶବର ପ୍ରକାଶ କରିଥିଲେ l ତେବେ ଗ୍ରାମରେ ହାତୀପୋଲର ଆତଙ୍କ ଓ ଉପଦ୍ରଵ ଦେଖିବା ପରେ ଗ୍ରାମବାସୀ ମାନଙ୍କ ସମେତ ଆଖପାଖ ଗ୍ରାମରେ ମଧ୍ୟ ଲୋକେ ଭୟବିତ ଅବସ୍ଥାରେ ଥିବା ବେଳେ ଶୀଘ୍ର ହାତୀପୋଲଙ୍କୁ ଘୋଉଡ଼ାଇବାକୁ ଅଞ୍ଚଳବାସୀ ମାନେ ଦାବି କରୁଛନ୍ତି l

WhatsApp Image 2021 06 14 at 12.38.23 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: