ହାତୀ ଉପଦ୍ରବରେ ନରେନ୍ଦ୍ରପୁର ଅଞ୍ଚଳବାସୀ ଭୟବିତ

ଗଞ୍ଜାମ,୩୧/୧(ମନୋଜ କୁମାର ପାତ୍ର): ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଳକର ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଜନସାଧାରଣ ଭୟଭୀତ ହୋଇ ପଡିଛନ୍ତି।ଗତକାଲି ରାତିରେ ଏହି ଅଞ୍ଚଳରେ ହାତୀପଲ୍ଲ ପଶି ଅମଳ ହୋଇରହିଥିବା ଧାନ କ୍ଷେତ, ବାଇଗଣ,କଦଳୀ,ବିଲାତି,ବିନସ ପ୍ରଭୃତି ଅର୍ଥକାରୀ ଫସଲ କ୍ଷେତରେ ପଶି ଖାଇବା ସହ ଦଳିଚକଟି ନଷ୍ଟ କରିଦେଇଛନ୍ତି।ଫଳରେ ଚାଷୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବା ସହ ଘୋର କ୍ଷତିଗ୍ରସ୍ତ ହୋଇପଡିଛନ୍ତି ।ତୁରନ୍ତ ବନବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳକୁ ଆସି ପରିସ୍ଥିତି ଅନୁଧ୍ଯାନ କରିବା ସହ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବେ ଏବଂ ହାତୀପଲ କୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ବ୍ଯବସ୍ଥା ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: