ନୂଆଦିଲ୍ଲୀ,୧୮।୬ : ଅଗ୍ନିପଥ ଯୋଜନା ପାଇଁ ବିହାର ରେଳବାଇ ବଡ଼ ଘୋଷଣା କରିଛି । ଅଗ୍ନିପଥ ପ୍ରତିବାଦ ଯୋଗୁ ପୂର୍ବତଟ ରେଲୱେର ଟ୍ରେନ ସେବା ଆଜି ବି ପ୍ରଭାବିତ ହୋଇଛି। କେତେକ ରୁଟରେ ଟ୍ରେନ ସମ୍ପୂର୍ଣ୍ଣ ବାତିଲା କରାଯାଇଥିବାବେଳେ ଆଉ କେତେକରେ ଆଂଶିକ ବାତିଲ ହୋଇଛି। ଆଉ କେତେକ ଟ୍ରେନର ଗତିପଥ ବଦଳାଇ ଯାତ୍ରା କରିବାର ବ୍ୟବସ୍ଥା କରାଯାଇଛି। ପୂର୍ବତଟରୁ ଯାଉଥିବା ୧୮ ଟ୍ରେନ ଓ ଆସୁଥିବା ୯ଟି ଟ୍ରେନ ବାତିଲ ହୋଇଛି।ସକାଳ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ କୌଣସି ଟ୍ରେନ୍ ଚଳାଚଳ କରିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ବିହାରରେ ‘ଅଗ୍ନିପଥ’ ଯୋଜନା ବିରୋଧରେ ସବୁଠାରୁ ଅଧିକ ହିଂସା ହୋଇଛି । ଆନ୍ଦୋଳନାକାରୀ ୧୨ରୁ ଅଧିକ ଟ୍ରେନରେ ନିଆଁ ଲଗାଇ ଦେଇଥିବା ସହ ସାର୍ବଜନୀନ ସମ୍ପତ୍ତି ମଧ୍ୟ ନଷ୍ଟ କରିଦେଇଛନ୍ତି । ରେଳ ଅଧିକାରୀଙ୍କ ଅନୁଯାୟୀ ରେଳବାଇର ସମ୍ପତ୍ତି ଭାଙ୍ଗିବା ଦ୍ୱାରା କେବଳ ବିହାରରେ ୨୦୦ କୋଟିରୁ ଅଧିକ କ୍ଷତି ଘଟିଛି । ହିଂସାତ୍ମକ ପ୍ରତିବାଦ ଯୋଗୁଁ ବାଧ୍ୟ ହୋଇ ପୂର୍ବ କେନ୍ଦ୍ରୀୟ ରେଳବାଇ ଟ୍ରେନ୍ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ କରିଛି । ବିକ୍ଷୋଭ ପାଇଁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ୟ ଜୋନାଲ ରେଳପଥରୁ ଚଳାଚଳା କରୁଥିବା ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ ଆସିଛି। ରେଳବାଇ ପକ୍ଷରୁ କୁହାଯାଇଛି ଯାତ୍ରୀ ଏବଂ ରେଳ ସମ୍ପତ୍ତିର ସୁରକ୍ଷାକୁ ଦୃଷ୍ଟିରେ ରଖି ୧୮.୦୬.୨୦୨୨ ତାରିଖ ୨୦.୦୦ ଘଣ୍ଟା ଠାରୁ ୧୯.୦୬.୨୦୨୨ ତାରିଖ ୦୪.୦୦ ଘଣ୍ଟା ପର୍ଯ୍ୟନ୍ତ ତଥା ୧୯.୦୬.୨୦୨୨ ତାରିଖ ୨୦.୦୦ ଘଣ୍ଟା ରୁ ୨୦.୦୬.୨୦୨୨ ତାରିଖ ୨୦.୦୦ ଘଣ୍ଟା ପର୍ଯ୍ୟନ୍ତ ଚାଲୁଥିବା ଟ୍ରେନ୍ ଗୁଡ଼ିକର ଚଳାଚଳାରେ ଅସ୍ଥାୟୀ ପରିବର୍ତ୍ତନ ହୋଇଛି । ହିଂସାତ୍ମକ ବିରୋଧ ପ୍ରଦର୍ଶନ ଯୋଗୁଁ ୩୦୦ରୁ ଅଧିକ ଟ୍ରେନ୍ ପ୍ରଭାବିତ ହୋଇଥିବାବେଳେ ୨୩୪ ଟି ବାତିଲ କରାଯାଇଛି । ଏଥିସହିତ ୭ଟି ଟ୍ରେନରେ ନିଆଁ ଲଗେଇ ଦେଇଛନ୍ତି ଆନ୍ଦୋଳନକାରୀ । ରେଳବାଇ କହିଛି ଯେ ବିରୋଧ ପ୍ରଦର୍ଶନ ଯୋଗୁଁ ୯୪ ଟି ମାଲବାହୀ ଟ୍ରେନ୍ ଏବଂ ୧୪୦ ଟି ଯାତ୍ରୀବାହୀ ଟ୍ରେନକୁ ବାତିଲ କରାଯାଇଛି । ସେହିପରି ୬୫ଟି ମାଲବାହୀ ଟ୍ରେନ୍ ଏବଂ ୩୦ ଟି ଯାତ୍ରୀବାହୀ ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |