ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୩।୩:- ଜଟାବାଲ ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ବିବାଦୀୟ ନୋଟିସ ଘୁରି ବୁଲୁଛି ମୋବାଇଲ ରୁ ମୋବାଇଲ। ନୋଟିସ ପ୍ରକାରେ ଜଟାବାଲ ଗାଁ ର ସନୁ ହିଆଲ୍ (ହରିଜନ) ଏବଂ ଗୋରା ହିଆଲ ଙ୍କୁ ଖ୍ରୀଷ୍ଟିଆନ ୟୁଥ୍ ଆସୋସିଏସନ୍ (ସି.ଓ୍ବାଈ.ଏ) ପକ୍ଷରୁ ଏକ ବେଆଇନ ନୋଟିସ ପ୍ରଦାନ କରା ଯାଇଛି। ଉଭୟ ହିନ୍ଦୁ ହୋଇ ଥିବା ସ୍ଥଳେ ଖ୍ରୀଷ୍ଟିଆନ ସଂପ୍ରଦାୟ ପକ୍ଷରୁ ଏହି ଅସମ୍ବିଧାନିକ ନୋଟିସ କୂ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବିମାନେ। ଉଭୟ ପିଡିତ ବ୍ୟକ୍ତି ଙ୍କ କହିବା ପ୍ରକାରେ ଖ୍ରୀଷ୍ଟିଆନ ମାନଙ୍କ ପକ୍ଷରୁ ଖ୍ରୀଷ୍ଟିଆନ ହେବା ପାଇଁ ଅଯଥା ଚାପ ପ୍ରୟୋଗ କରା ଯାଉଛି। ରବିବାର ଚର୍ଚ୍ଚ ନ ଆସିଲେ ୧୦୦ ଟଙ୍କା ଜରିମାନା କାହିଁକି ହିନ୍ଦୁମାନେ ଦେବେ ବୋଲି ହିନ୍ଦୁ ମହାସଂଘ ସାମାଜିକ ଗଣମାଧ୍ୟମ ସଂଯୋଜକ ଗୋରା ହୀଆଲ୍ ଏବଂ ମାଁ ପେଣ୍ଡ୍ରାଣୀ ଶିରା ସନୁ ହିଆଲ୍ ଦୃଢ଼ ପ୍ରତିବାଦ କରିଛନ୍ତି। ହିନ୍ଦୁ ମହାସଂଘ ପକ୍ଷରୁ ପିଡିତ ମାନଙ୍କୁ ସଂପୂର୍ଣ୍ଣ ଆଇନ ସହାୟତା ଯୋଗାଇ ଦିଆଯିବ ବୋଲି ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଜଣାଇଛନ୍ତି। ଜବରଦସ୍ତ ହିନ୍ଦୁ ମାନଙ୍କୁ ଧର୍ମାନ୍ତରଣ କରିବାକୁ ଜଟାବାଲ ରେ ଚାଲିଥିବା ଉଦ୍ୟମ କୁ ସେ ନାପସନ୍ଦ କରିଛନ୍ତି। ସମସ୍ତ ହିନ୍ଦୁ ସଂଗଠନ ମାନଙ୍କର ସହ ଆଲୋଚନା କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |