ନବରଙ୍ଗପୁର (ମିହିର ଶଙ୍କର ପାତ୍ର ),୨୨ା୩:ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ଅବସରରେ ହିନ୍ଦୁ ମହାସଂଘ ର ପ୍ରତିଷ୍ଠା ଦିବସ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟାଗାଁ ଆଶ୍ରମ ରେ ପାଳନ କରାଯାଇଛି। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ବ୍ରହ୍ମ ଅବଧୂତ ଡମ୍ବରୁ ବାବା, ବ୍ରହ୍ମ ଅବଧୂତ ଅନାଦି ବାବା, କ୍ରାନ୍ତି ବାବା,ସଦଗୁରୁ ହରିଶଙ୍କର ଦାସ ଏବଂ ଅନ୍ୟାନ୍ୟ ସାଧୁସନ୍ଥ ମଧ୍ୟ ଉପସ୍ଥିତ ଥିଲେ। ହିନ୍ଦୁ ମହାସଂଘ ସଂଯୋଜକ ନରସିଂହ ତ୍ରିପାଠୀ, ସହ ସଂଯୋଜକ ଗଣେଶ ପଣ୍ଡା, ଆଇନ୍ ପରାମର୍ଶ ଦାତା ଅରୁଣ ପ୍ରସନ୍ନ ନାୟକ, ରାଷ୍ଟ୍ର ବାଦୀ କୁଞ୍ଜବିହାରୀ ଦାଶ, ମନୋଜ ମହାଙ୍କୁଡ, ନିହାର ବିଷୟୀ, ସିମାଞ୍ଚଳ ବିଷୟୀ, ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ ଓ ଚିନ୍ମୟୀ ସାହୁ, ପ୍ରଚାର ପ୍ରମୁଖ ବବିତା ସାହୁ, ଉପ ସଭାନେତ୍ରୀ ମିନତୀ ପଟ୍ଟନାୟକ, ଭବାନୀ ବାହିନୀ ପ୍ରମୁଖ ଜୟଶ୍ରୀ ନାୟକ, ହିମାଂଶୁ ଶେଖର ବସନ୍ତିୟା, ନିର୍ମଳା ବିଷୟୀ, ବବିତା ବିଷୟୀ, କେଶରୀଆ ହିନ୍ଦୁ ବାହିନୀ ସଭାପତି ମିହିର ଶଙ୍କର ପାତ୍ର, ରାଜ୍ୟ ସଂପାଦକ ଉମାକାନ୍ତ ବିଷୟୀ, ଜିଲ୍ଲା ସଭାପତି ରାଜେନ୍ଦ୍ର ନେଗୀ ଗୋରା ହରିଜନ, ରାଧାମାଧବ ସାହୁ,ବାବୁଲାଲ ହରିଜନ, ଅବିଭକ୍ତ କୋରାପୁଟ ଜିଲ୍ଲା ସାଧାରଣ ସଂପାଦକ ବାବୁଲି ପାଳ, ହିମାଂଶୁ ନାୟକ, ମଙ୍ଗଳଦେଈ ଜାନୀ , ଅର୍ଜୁନ ଜାନୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ସଂପୂର୍ଣ୍ଣ ଧାର୍ମିକ ରୀତି ରେ ହିନ୍ଦୁ ନବବର୍ଷ ଏବଂ ହିନ୍ଦୁ ମହାସଂଘ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |