ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୯/୦୪:-ହନୁମାନ ଜୟନ୍ତୀ ପରେ ହିନ୍ଦୁ ମାନଙ୍କ ଉପରେ ବଢୁଥିବା ଆକ୍ରମଣ ଏବଂ ଅନ୍ୟାୟ ଧର୍ମାନ୍ତରୀକରଣ କୁ ରୋକିବା ଦିଗରେ ହିନ୍ଦୁ ମହାସଂଘ ନେଇପାରେ ବଡ଼ ଧରଣର ପଦକ୍ଷେପ। ସଂଗଠନ ରେ ହୋଇ ପାରେ କିଛି ପରିବର୍ତ୍ତନ। ବିଭିନ୍ନ ରାଜ୍ୟରେ ମହାସଂଘ ପ୍ରତି ବଢୁଥିବା ଜନସମର୍ଥନ କୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସମିତି ଆଭାସ ଦେଇଛି ପରିବର୍ତ୍ତନ ର। ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଫୋନ ଯୋଗେ ସଂଯୋଜକ ନରସିଂହ ତ୍ରିପାଠୀ, ସହ ସଂଯୋଜକ ଗଣେଶ ପଣ୍ଡା, ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା,ଭବାନୀ ବାହିନୀ ପ୍ରମୁଖ ଅମ୍ବିକା ପ୍ରଧାନ, ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ଆଇନ୍ ପରାମର୍ଶ ଦାତା ଅରୁଣ ପ୍ରସନ୍ନ ନାୟକ, ଜନଜାତି ହିନ୍ଦୁ ମହାସଂଘ ପ୍ରମୁଖ ବିନୋଦ ସାନ୍ତା, ଯୁବ ହିନ୍ଦୁ ମହାସଂଘ ପ୍ରମୁଖ ଲୋକ ନାଥ ପାଣିଗ୍ରାହୀ ଏବଂ ବିଭିନ୍ନ ରାଜ୍ୟର ରାଜ୍ୟ ପ୍ରମୁଖ ମାନଙ୍କ ସହ ଆଲୋଚନା କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଧର୍ମ ରକ୍ଷା ପଦଯାତ୍ରା ମହାସଂଘ ଦ୍ବାରା ଆୟୋଜିତ କରାଯିବା କାର୍ଯ୍ୟକ୍ରମ ଦୃଷ୍ଟିରୁ ମହାସଂଘ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ଅନୁରୋଧ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |