ହୁଗୁଳାପଟ୍ଟାରେ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ-୧୬/୩(ମନୋଜ କୁମାର ପାତ୍ର):ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳାପଟ୍ଟା ପଞ୍ଚାୟତରେ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିପୂର୍ବରୁ କୁକୁଡ଼ାଖଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତ ବାସୀଙ୍କୁ ଏହି ମଶାରୀ ବଣ୍ଟନ କରାଯାଇଥିବା ବେଳେ ମଙ୍ଗଳବାର ଦିନ ହୁଗୁଳାପଟ୍ଟା ଗ୍ରାମରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ନେଇ ସୂଚନା ଦେଇଛନ୍ତି କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭିବିଡିଟିଏସ୍ ପଞ୍ଚାନନ ଦାସ । ବର୍ତ୍ତମାନ ଡେଙ୍ଗୁ, ମ୍ୟାଲେରିଆ ଓ ଫ୍ୟାଲେରୀୟା ପ୍ରଭୃତି ରୋଗରୁ ମୁକ୍ତି ପାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ପ୍ରତ୍ୟେକ ଘରକୁ ଘର ବୁଲି ସର୍ଭେ କରିଥିଲେ।ଏହି ସର୍ଭେ ସରିବା ପରେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ମିଳିତ ସହଯୋଗରେ ଆଜି ହୁଗୁଳାପଟ୍ଟା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ମଶାରୀ ପ୍ରଦାନ କରାଯାଇଛି।ଏଥିରେ ହୁଗୁଳାପଟ୍ଟା ସରପଞ୍ଚ ପ୍ରଦୀପ କୁମାର ମଲଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସୁପ୍ରଭାଇଜର୍ ଭଗବାନ ମହାପାତ୍ର,ଏଏନ୍ଏମ୍ ଗୀତାରାଣୀ ଶତପଥୀଙ୍କ ସମେତ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।କୁକୁଡ଼ାଖଣ୍ଡି ବ୍ଳକରେ ସର୍ବମୋଟ ୬୭୦୦୦ ଔଷଧ ମିଶ୍ରିତ କୀଟନାଶକ ମଶାରୀ ବଣ୍ଟନ କରିବା ପାଇଁ କାର୍ଯ୍ୟକ୍ରମ ରହିଛି। ତେବେ ହୁଗୁଳାପଟ୍ଟା ପଞ୍ଚାୟତରେ ସର୍ବମୋଟ ୫୯୨୬ଟି ମଶାରୀ ବଣ୍ଟନ କରାଯିବ ବୋଲି ସରପଞ୍ଚ ପ୍ରଦୀପ କୁମାର ମଲଣା ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: