ହୃଷିକେଶ ପାଢ଼ୀ ଫାଉଣ୍ଡେସନ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ

ଗଞ୍ଜାମ,୧୨/୯(ମନୋଜ ପାତ୍ର):ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ କୋଭିଡ୧୯ ମହାମାରୀ ସମୟରେ ଅହରହ ସମ୍ବାଦ ପରିବେଶଣ କରୁଥିବା ଏବଂ ସମାଜସେବା କରିବା ପାଇଁ ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ସମସ୍ତ ସାମ୍ବାଦିକମାନଙ୍କୁ ଆଜି କୋଭିଡ଼ଯୋଦ୍ଧା ଭାବେ ମୁମ୍ବାଇ ସ୍ଥିତ ହୃଷିକେଶ ପାଢ଼ୀ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଫାଉଣ୍ଡେସନ ପକ୍ଷରୁ ଭାରତ ସରକାରଙ୍କ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ଼ ସଦସ୍ୟ ଶ୍ରୀକାନ୍ତ ପାଢ଼ୀ, ପୂର୍ବତନ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ମିହୀରକାନ୍ତ ପାଣିଗ୍ରାହୀ, ଖେମୁଣ୍ଡି ଓକିଲ ସଂଘ ଅଧକ୍ଷ ପରେଶଚନ୍ଦ୍ର ରଥ ପ୍ରମୁଖ ଦିଗପହଣ୍ଡି ପୂର୍ତ୍ତବିଭାଗ ଡାକବଙ୍ଗଳାରେ ପହଞ୍ଚି ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ବାଦିକମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶିକ୍ଷୟତ୍ରୀ ସୁଜାତାରାଣୀ ଶତପଥୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭବାନୀଶଙ୍କର ପଣ୍ଡା, ବନଜା ପଣ୍ଡା, ଏମ.ଚିନ୍ମୟ ରେଡ୍ଡି, ସୀମାଞ୍ଚଳ ସାସମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

IMG 20200912 WA0082

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!