ହୋଲି ଉତ୍ସବରେ କେଲିଆ ମହିମା ମଠରେ ଖୁଲମ ଖୁଲା ଚାଲିଛି ଖୁଡଖୁଡି ଖେଳ

ନବରଙ୍ଗପୁର(  ମିହିର ଶଙ୍କର ପାତ୍ର),୮।୩: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡା ପଂଚାୟତ ଅନ୍ତର୍ଗତ କେଲିଆ ଗ୍ରାମର ମହିମା ମଠ ରେ ଗ୍ରାମବାସୀ ଙ୍କ ଆନୁକୂଲ୍ୟରେ ହୋଲି ଉତ୍ସବ ଉପଲକ୍ଷେ ଅଖଣ୍ଡ ବ୍ରହ୍ମହୃତି ତଥା ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି |ବିଭିନ୍ନ ଗ୍ରାମ ରୁ ଆସିଥିବା ଭକ୍ତମାନେ ରାତିରେ ଉଜାଗର ରହି ନାମ ସଂକୀର୍ତନ କରିଥିଲେ |ଦର୍ଶକମାନଙ୍କ ମନରଞ୍ଜନ ନିମନ୍ତେ ଦୁଇଟି ଦେଶିଆ ନାଟକ ର ମଧ୍ୟ ଗାଁ କମିଟି ଦ୍ୱାରା ଆୟୋଜିତ କରାଯାଇଥିଲା |ଏହି  ହୋଲି ଉତ୍ସବରେ ଖୁଲମ ଖୁଲା ଚାଲିଛି ଖୁଡଖୁଡି ଖେଳ।ସବୁଠୁ ଆଶ୍ଚର୍ୟ୍ଯର ଡାବୁଗାଁ ଠାରୁ ମାତ୍ର ୮କିଲୋମିଟର ଦୂରରେ ଚାଲିଥିଲା ପ୍ରଶାସନକୁ ଖାତିର ନକରି ଖୁଲମଖୁଲା ଖୁଡୁଖୁଡ଼ୀ ଖେଳ ତଥାପି ସ୍ଥାନୀୟ ପ୍ରଶାସନ ପାଖରେ ଏହାର କିଛି ଖବର ନାହିଁ। ଆଜି କାଲି ନବରଙ୍ଗପୁର ଜିଲ୍ଲାର ଗାଁ ଗାଁ ରେ ଚାଲିଛି ହୋଲି ଉତ୍ସବ । ଏହାର ଭରପୁର ଫାଇଦା ଉଥାଉଛନ୍ତି ଜୁଆମାଫିଆ ମାନେ।ଏହି ଅନ୍ଧବିଶ୍ୱାସ ନଗ୍ନ ଉଦାହରଣ ହେଉଛି ଖୁଡଖୁଡି ଖେଳ । ନବରଙ୍ଗପୁର ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରୁ ବହୁ ଲୋକ ଖୁଡଖୁଡି ଖେଳିବାକୁ ଆସିଥାନ୍ତି । ଏହି ଖେଳ ମାଧ୍ୟମରେ ବଡ଼ ଧରଣର ଜୁଆଖେଳ ଚଲାଇଥାନ୍ତି ମାଫିଆମାନେ। ଏହି ଖୁଡଖୁଡି ଖେଳ ସନ୍ଧ୍ୟା ଠାରୁ ଆରମ୍ଭ ହଇ ସଖାଲ ପର୍ଯ୍ୟନ୍ତ ଚାଲୁଛି । ସବୁଠୁ ଆଶ୍ଚର୍ଯ୍ୟର କଥା ସ୍ଥାନୀୟ ପ୍ରଶାସନ ପାଖରେଏହାର ସୂଚନା ନାହିଁ। ଖୁଡଖୁଡି ଖେଳ ସହ ଜୁଆ ଓ ମଦ କାରବାର ଭଳି ନିନ୍ଦନୀୟ ପ୍ରଥାକୁ ପରୋକ୍ଷରେ ପ୍ରଶାସନ ଏବଂ ପ୍ରତ୍ୟେକ୍ଷ ଭାବରେ ଅସାମାଜିକ ଲୋକଙ୍କର ଯଗୁଁ ଥମିବା ବଦଳରେ ଵଡିବାକୁ ଲାଗିଛି। ଆମ ଅଞ୍ଚଳରେ ଖୁଡଖୁଡି ଖେଳ, ଜୁଆ,ମଦ ଭଳି ନିନ୍ଦନୀୟ କାର୍ଯ୍ୟରେ ଲିପ୍ତ ରହି ଆଦିବାସୀ ଭାଇମାନେ ନିଜର ସଞ୍ଚିତ ଅର୍ଥ ବ୍ୟୟ କରି ଦେଉଛନ୍ତି ।ଫଳରେ ଆର୍ଥିକ ଏବଂ ସାମାଜିକ ଅବସ୍ଥା ବିଗଡିବାରେ ଲାଗିଛି ,ସାଧାରଣତ ଗାଁ ଗହଳିର ଛୋଟଛୋଟ ଛୁଆମାନେ ମଧ୍ୟ ଆକର୍ଷିତ ହୋଇ ଏଠାକୁ ଚାଲି ଆସନ୍ତି ଏବଂ ଜୁଆରେ ହାରିବା ପରେ ଦେଶୀମଦ ପିଇ ନିଶାସକ୍ତ ଅବସ୍ଥା ରେ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି । ଯାହା ଫୋଳରେ ଏହି ଅଞ୍ଚଳରେ ବିକାସ ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି ସରକାର ତାହା ସଫଳ ରୂପାୟନ ହେଇପାରୁନି । ବହୁ ଅସାମାଜିକ କାର୍ଯ୍ୟ ବୃଦ୍ଧିପାଉଛି ଏବଂ ପାରିବାରିକ ହିଂସା ମଧ୍ୟ ବଡୁଛ।ଏଭଳି କାମକୁ ଜିଲ୍ଲା ପ୍ରଶାସନ ବିଶେଷ ଦୁଷ୍ଟି ଦେଇ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି । କାରଣ ନିରୀହ ଆଦିବାସୀ ମାନଙ୍କ ବିକାଶରେ ବାଧକ ସାଜିଛି ଏହି ଖୁଡଖୁଡି ଖେଳ ଓ ଦେଶୀ ମଦ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: