ଭୁବନେଶ୍ୱର ,୮।୩ – ହୋଲିରେ ଅଘଟଣ । ରାଜ୍ୟର ବିଭିନ୍ନ ସ୍ଥାନରେ ରଙ୍ଗ ଖେଳିବା ପରେ ପାଣିରେ ବୁଡିଯାଇଥିବା ଘଟଣା ସାମ୍ନାକୁ ଆସିଛି । ହୋଲି ସାରି ଗାଧୋଉଥିବା ବେଳେ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।ବଲାଙ୍ଗୀରରେ ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛି । ସେହିପରି କଟକ ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ଚିତ୍ରୋପଳା ନଦୀରେ ବୁଡି ଯୁବକ ନିଖୋଜ । କଟକ ମଧୁସୂଧନ ପୋଲ ନିକଟରେ ପ୍ରଖର ସୁଅର ଚେତବନୀକୁ ନମାନି ଗାଧଉଥିବା ବେଳେ ଆଉଜଣେ ଯୁବକ ବୁଡିଯାଇଛନ୍ତି । କେନ୍ଦ୍ରାପଡା ପଟ୍ଟମୁଣ୍ଡାଇ ଅଞ୍ଚଳରେ ଦୁଇ ଭାଇ ଏକାଠି ବୁଡି ପ୍ରାଣ ହରାଇଥିବା ସୂଚନା ମିଳିଛି ।କେଶପୁର ଅଞ୍ଚଳର ୪୩ ବର୍ଷିୟ ସୁଜିତ ତାଙ୍କ ସମ୍ପର୍କୀୟ ଭାଇ ଚିନ୍ମୟ ସହ ବ୍ରାହ୍ଣଣୀ ନଦୀରେ ଗାଧଉଥିବା ବେଳେ ବୁଡିଯାଥିଲେ ।ସେମାନେ ବୁଡିଯାଉଥିବା ଦେଖି ସ୍ଥାନୀୟ ଲୋକ ଚିତ୍କାର ଶୁଣି ସେମାନଙ୍କୁ ଉଦ୍ଧାର କରିଥିଲେ । ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାପରେ କେଶପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |