ବାଲେଶ୍ଵର, ୨୬/୦୫ : ମାଡି ଆସୁଛି ବାତ୍ୟା । ଅତି ଭୀଷଣ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ୟସ୍। ତାଣ୍ଡବ ରଚିଲାଣି ବାତ୍ୟା। ବାଲେଶ୍ଵରରେ ମଧ୍ୟ ଏହାର ପ୍ରକୋପ ବଢିଲାଣି। ଏହି କ୍ରମରେ ବାଲେଶ୍ଵର ରେଲୱେ କଲୋନୀରୁ ଆସିଛି ବଡ଼ ଖବର। ବାତ୍ୟା ୟସ୍ ପ୍ରଭାବରେ ରେଲୱେ କଲୋନୀ ନିକଟରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ଉପରେ ଗଛ ଭାଙ୍ଗି ପଡ଼ିଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଶେଷ କରିଛନ୍ତି। ଯୁବକଙ୍କୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ରେଲୱେ କଲୋନୀ ନିକଟରେ ଘରେ ମାଆ ସହ ୨ ଝିଅ ଓ ପୁଅ ଶୋଇଥିବା ବେଳେ ଭୋର୍ ସମୟରେ ଘରେ ଉପରେ ଗଛ ପଡ଼ି ଯାଇଛି । କୌଣସି ମତେ ମାଆ ଓ ୨ ଝିଅ ଘରୁ ବାହାରି ପଡ଼ିଥିବା ବେଳେ ପୁଅଟି ଚାପି ହୋଇଯାଇଥିଲା। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଶେଷ କରିଛନ୍ତି। ଯୁବକଙ୍କୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |