ୟାସ ପାଇଁ ସ୍ଥିତି ପରଖିଲେ ବିଧାୟକ ଅତନୁ ସବ୍ୟସାଚୀ

ମହାକାଳପଡା,୨୪/୫ -ଆଜି ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ ୟାସ ବାତ୍ୟାଅଂଚଳ ପରିଦର୍ଶନ କରିଛନ୍ତି । ବିଶେଷ କରି ସମୁଦ୍ର କୁଳିଆ ଗାଁ ଗୁଡିକରେ ବାତ୍ୟା ସମୟରେ ଲୋକମାନେ କିଭଳି ସୂରକ୍ଷିତ ରହି ପାରିବେ ସେ ସର୍ମ୍ପକରେ ପ୍ରଥମେ ବ୍ଲକ ପ୍ରଶାସନ ସହିତ ଆଲୋଚନା କରିଥିଲେ । ବାତ୍ୟା ପାଇଁ ପ୍ରଶାସନ ତରଫରୁ ବନ୍ୟା ବାତ୍ୟାଅଂଚଳ ପାଇଁ କଣ ବ୍ୟବସ୍ଥା କରାଯାଇ ପାରିବ ସେ ସର୍ମ୍ପକରେ ପ୍ରଶାସନିକ ଅଧିକାରି ମାନଙ୍କ ପାଖରୁ ବୁଝିବା ସହ ବହୁତୁ ଗୁଡିଏ ମୁଲ୍ୟବାନ ପରାମର୍ଶ ଦେଇଥିଲେ । ତା ପରେ ସମୁଦ୍ର କୁଳିଆ ପଂଚାୟତ ,ଗଗୁଆ,ଲାଂଜୁରା, ସୁନିତି, ଜମ୍ବୁ,କଂସାର ବଡ ଦାଣ୍ଡୁଆ ପଂଚାୟତ ଗୁଡିକରେ ଥିବା ବାତ୍ୟା ଆଶ୍ରୟ ସ୍ଥଳି କୁ ବୁଲି ଦେଖିଥିଲେ । କୌଣସି ବ୍ୟକ୍ତି ଯେତେବେଳେ ବାତ୍ୟା ସମୟରେ ଆଶ୍ରୟ ସ୍ଥଳିରେ ରହିଥିବା ସମୟରେ କୌଣସି ଆସୁବିଧା ର ସମ୍ମୁଖିନ ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବାକୁ ପଂଚାୟତ ପ୍ରତିନିଧି ମାନଙ୍କୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: