ଆବୁଧାବି,୧୪।୦୫ : ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ୍ ଖଲିଫା ବିନ୍ ଜାଏଦ ଅଲ୍ ନହାନଙ୍କ ନିଧନ। ମୃତ୍ୟୁ ବେଳକୁ ୭୩ ବର୍ଷ ହୋଇଥିଲା। ଶେଖ୍ ଖଲିଫା ବିନ୍ ଜାଏଦ ଅଲ୍ ନହାନଙ୍କ ପରଲୋକ ପରେ ସାରା ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ସେହିପରି ତିନିଦିନ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ମନ୍ତ୍ରାଳୟ ବନ୍ଦ ରହିବ । ଏଗୁଡ଼ିକ ମଧ୍ୟରେ କିଛି ବେସରକାରୀ ସଂସ୍ଥା ବି ସାମିଲ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |