ୟୁକ୍ରେନକୁ ୫୦୦ ନିୟୁତ ପାଉଣ୍ଡର ସହାୟତା ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ, ୨୦/୧୧:ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ହଠାତ୍ ୟୁକ୍ରେନ୍ ଗସ୍ତରେ ଯାଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ସେଠାରେ ଜେଲେନସ୍କିଙ୍କୁ ଭେଟିବା ସହ ତାଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ୟାକେଜ ଘୋଷଣା କରିଛନ୍ତି ସୁନକ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ସୁନକ ପ୍ରଥମ ଥର ପାଇଁ ଏହା ତାଙ୍କ  ୟୁକ୍ରେନ୍ ଗସ୍ତ।   ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଏବେ ବ୍ରିଟେନର ଭାଗ୍ୟ ନିର୍ଦ୍ଧାରକ। ପ୍ରଧାନମନ୍ତ୍ରୀ ପଦ ତାଙ୍କୁ ଯିବା ପରଠାରୁ ହିଁ ସମଗ୍ର ଭାରତରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପଟେ ତାଙ୍କ କାର୍ଯ୍ୟଶୈଳୀକୁ ଦେଖି ବିଶ୍ବ ଯାକର ନେତା ତାଙ୍କର ଫ୍ୟାନ ହେବାକୁ ଯାଉଛନ୍ତି। ଜାଣି ଖୁସି ହେବେ, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍‌ଡିମିର୍ ଜେଲେନସ୍କିଙ୍କୁ ସରପ୍ରାଇଜ୍ ଦେଇଛନ୍ତି ଋଷୀ। ୟୁକ୍ରେନକୁ ୫୦୦ ନିୟୁତ ପାଉଣ୍ଡର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ସୁନକ। ଯାହା ୟୁକ୍ରେନକୁ ଯୁଦ୍ଧ ଲଢିବାରେ ସହଯୋଗ କରିବ। ଏହି ଭେଟ କାର୍ଯ୍ୟକ୍ରମ ବେଳେ ରୁଷି ସୁନକ କଳା ଜ୍ୟାକେଟ୍ ପିନ୍ଧିଥିଲେ। ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ଜେଲେନସ୍କିଙ୍କ ସହ ମିଶି ଅନେକ ଅଞ୍ଚଳ ବୁଲି ଦେଖିଥିଲେ।  ସୁନକଙ୍କ ସମର୍ଥନ ପାଇଁ ଜେଲେନସ୍କିଙ୍କୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ୱିଟ୍ କରି ଲେଖିଛନ୍ତି,  ତୁମ ପରି ବନ୍ଧୁମାନଙ୍କ ସମର୍ଥନ ଆମକୁ ନିଶ୍ଚିତ ରୂପେ ବିଜୟ ହାସଲ କରାଇବାରେ ସହଯୋଗ କରିବ।  ଯାହାକୁ ନେଇ ଏବେ ବିଶ୍ବବ୍ୟାପି ଚର୍ଚ୍ଚା ହେଉଛି। ମୂଳ ଭାରତୀୟ ହୋଇଥିବାରୁ ବସୁବିଧା କୁଟୁମ୍ବ ମନେ କରୁଛନ୍ତି ସୁନକ। ଆଉ ସ୍ବାଧୀନତା ସମସ୍ତଙ୍କ ଜନ୍ମଗତ ଅଧିକାର, ଏ କଥାକୁ ସାବ୍ୟସ୍ତ କରିବାକୁ ସେ ଗୋଟିଏ ଦୁର୍ବଳ ପକ୍ଷକୁ ସହାୟତାର ହାତ ବଢାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: