ୟୁକ୍ରେନ ଋଷର ଯୁଦ୍ଧ: ଶେଷରେ ମତ ରଖିଲେ ଭାରତ ଏବଂ ପାକିସ୍ତାନ

ନୂଆଦିଲ୍ଲୀ,୧୩/୦୫: ୟୁକ୍ରେନ ଋଷର ଯୁଦ୍ଧ, ଶେଷରେ ମତ ରଖିଲେ ଭାରତ ଏବଂ ପାକିସ୍ତାନ ।   ଉଭୟ ଦେଶ ଏବେ ଯୁଦ୍ଧକୁ ନେଇ ଗୋଟିଏ ମତ ଦେଇଛନ୍ତି । ୟୁକ୍ରେନ ବିରୁଦ୍ଧରେ ଋଷର ଯୁଦ୍ଧ ପଦକ୍ଷେପକୁ ଶେଷରେ ମତ ରଖିଛନ୍ତି ଭାରତ ଏବଂ ପାକିସ୍ତାନ । ଯଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦର ଏ ପ୍ରସ୍ତାବକୁ ବାରଣ କରିଛନ୍ତି । ତେବେ ୪୭ ରାଷ୍ଟ୍ର ସଦସ୍ୟ ମଧ୍ୟରୁ କେବଳ ଚୀନ ଏବଂ ଇରିଟ୍ରିୟା ହିଁ ଭୋଟକୁ ବିରୋଧ କରିଛନ୍ତି । ପୂର୍ବରୁ ମଧ୍ୟ ଭାରତ ଋଷ ବିରୋଧରେ ଏହି ଭୋଟିଂକୁ ବାରଣ କରିଛି । ପୁଣି ଥରେ ୟୁକ୍ରେନ ବିପକ୍ଷ ଯୁଦ୍ଧକୁ ନେଇ ହୋଇଥିବା ଏହି ଭୋଟିଂରେ ଭାରତ ନିଜକୁ ଦୂରେଇ ରଖିଛି । ତେବେ ୟୁକ୍ରେନରେ ଲୋକମାନଙ୍କ ମାନବାଧିକାରର ସମ୍ମାନ ଏବଂ ସଂରକ୍ଷଣ ପାଇଁ ଆହ୍ୱାନ କରିବା ସହ ଏହାର ବୈଶ୍ୱିକ ପ୍ରଚାର ଏବଂ ସଂରକ୍ଷଣ ପାଇଁ ପ୍ରତିବଦ୍ଧତାକୁ ଦେହରାଇଛି ଭାରତ । ୟୁକ୍ରେନର ଏହି ପ୍ରସ୍ତାବରେ କୀଭ, ଖାରକିଭ, ଚେର୍ଣ୍ଣିହାଇଭ ଏବଂ ସୁମି ସହରରେ ଋଷ ଦ୍ୱାରା ମାନବାଧିକାର ଉଲ୍ଲଙ୍ଘନ ହୋଇଥିବା କୁହାଯାଇଛି । ତେବେ ଏହାର ଯାଞ୍ଚ ସମୟରେ ପୂର୍ବରୁ କମିଟି ପାଇଁ ଏକ ଅତିରିକ୍ତ ଜନାଦେଶ ଜାରି କରାଯାଇଛି । ତେବେ ୩୩ ଭୋଟ ସହ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । ମାର୍ଚ୍ଚ ମାସରେ ମଧ୍ୟ ଭାରତ ଯାଞ୍ଚ କମିଟି ଗଠନ ପ୍ରସ୍ତାବ ଉପରେ ଭୋଟିଂରୁ ବିରତ ରହିଥିଲା । ତେବେ ବୁକାରେ ନାଗରିକଙ୍କୁ ହତ୍ୟା କରାଯିବା ଘଟଣାକୁ ନିନ୍ଦା କରିବା ସହ ସ୍ୱତନ୍ତ୍ର ଯାଞ୍ଚ ପାଇଁ ଆହ୍ୱାନକୁ ସମର୍ଥନ ଦେଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: