କିଏଭ,୧୯/୦୪: ରୁଷ-ୟୁକ୍ରେନ ଯୁଦ୍ଧକୁ ୫୫ ଦିନ ବିତି ସାରିଲାଣି । ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ପୂର୍ବ ୟୁକ୍ରେନ୍ରେ ଲଢ଼େଇ ତୀବ୍ର ହୋଇଛି । ୟୁକ୍ରେନକୁ ହରାଇବା ପାଇଁ ରୁଷ ଯେକୌଣସି ମୁହୂର୍ତ୍ତରେ ପରମାଣୁ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ୟୁକ୍ରେନ ସୀମା ସଂଲଗ୍ନରେ ରୁଷର ଟିୟୁ-୧୬୦ ବମ୍ବର ଜେଟ୍ ଉଡୁଥିବା ଦେଖାଯାଇଛି । ପରମାଣୁ ଅସ୍ତ୍ର ପରିବହନ କରିବା ପାଇଁ ଏହି ଜେଟ୍ ବ୍ୟବହାର କରାଯାଇଥାଏ । ଏଣୁ ରୁଷ ଟିୟୁ-୧୬୦ ବମ୍ବର ଜେଟ୍ ସାହାଯ୍ୟରେ ବିପୁଳ ମାତ୍ରାରେ ପରମାଣୁ ଅସ୍ତ୍ରଶସ୍ତ୍ର ୟୁକ୍ରେନ ସୀମାରେ ଠୁଳ କରୁଥାଇପାରେ ବୋଲି ଅନୁମାନ କରାଯାଉଛି ।ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କିଏଭରେ ଏକ ସାମ୍ବାଦିକ ସମ୍ମିଳନୀରେ ରୁଷର ପରମାଣୁ ଆକ୍ରମଣ ସମ୍ପର୍କରେ ଚେତାବନୀ ଦେଇ କହିଛନ୍ତି, ରୁଷ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଣୁ ସେ କେତେବେଳେ ପରମାଣୁ ଆକ୍ରମଣ କରିବ ସେ ସମୟର ଅପେକ୍ଷା ନ କରି ତା’ର ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ହେବ । ଆଣ୍ଟି ରାଡିଏସନ ମେଡିସିନ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ହେବ । ଏୟାର ଷ୍ଟ୍ରାଇକରୁ ସୁରକ୍ଷା ପାଇଁ ଆଶ୍ରୟସ୍ଥଳ ଆବଶ୍ୟକ ପଡ଼ିବ ବୋଲି ଜେଲେନ୍ସ୍କି କହିଛନ୍ତି । ଦେଶରେ ଅଧିକରୁ ଅଧିକ ଆଣ୍ଟି ରାଡିଏସନ୍ ବା ବିକିରଣ ନିରୋଧୀ ମେଡିସିନ୍ ମହଜୁଦ ରଖିବାକୁ ଜେଲେନ୍ସ୍କି ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |