ୟୁକ୍ରେନ ସେନାକୁ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷର ଧମକ

ନୂଆଦିଲ୍ଲୀ,୧୯।୪: ୟୁକ୍ରେନ ସେନାକୁ ତୁରନ୍ତ ହତିଆର ଫିଙ୍ଗିବା ପାଇଁ କହିଛି ଋଷ ସେନା ବିଭାଗ । ୟୁକ୍ରେନର ମାରିୟୁପୋଲକୁ ସୁରକ୍ଷା କରୁଥିବା ସେନ୍ୟମାନଙ୍କୁ ଖୁବଶୀଘ୍ର ହତିଆର ଫିଙ୍ଗି ଆତ୍ମସମର୍ପଣ କରିବାକୁ ଋଷ ଆହ୍ୱାନ ଦେଇଛି । ଏପରି ଚେତାବନୀ ସହ ୟୁକ୍ରେନକୁ ଯୁଦ୍ଧ ବନ୍ଦ କରିବାକୁ  ରୁଷ ବଡ ଧମକ ଦେଇଛି।  ଡୋନବାସରେ ୟୁକ୍ରେନର ବିଦ୍ରୋହୀ ଗୋଷ୍ଠୀ ସହିତ ଜବରଦସ୍ତ ସଂଘର୍ଷ ପରେ ରୁଷ ୟୁକ୍ରେନ ସେନାଙ୍କୁ କଡା ଚେତାବନୀ ଦେଇଛି। ୟୁକ୍ରେନର ବନ୍ଦର ସହର ମାରିୟୁପୋଲକୁ ରୁଷ ନିଜର କବଜାକୁ ନେଇ ସାରିଛି। ମାତ୍ର କିଛି ୟୁକ୍ରେନୀ ସୈନିକଙ୍କ ପ୍ରତିରୋଧର ସମ୍ମୁଖୀନ ହେଉଛି  ରୁଷ। ଏଥିପାଇଁ ରୁଷ ଶୀଘ୍ର ନିଜର ହତିଆର ଛାଡିବାକୁ ୟୁକ୍ରେନ ସେନାକୁ କଡା ଚେତାବନୀ ଦେଇଛି। ତେବେ ୟୁକ୍ରେନ ମଧ୍ୟ ପଛକୁ ହଟିବ ନାହିଁ ବୋଲି ସ୍ପଷ୍ଟ ଶବ୍ଦରେ କହିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ ପରାମର୍ଶଦାତା ଓଲକ୍ସିୟ ଆରିଷ୍ଟୋଭିଚ୍ କହିଛନ୍ତି, ରୁଷ  ନିଜ ଉଦ୍ଦେଶ୍ୟରେ କେବେ ବି ସଫଳ ହୋଇ ପାରିବ ନାହିଁ। ଆମେ ଶେଷ ନିଃଶ୍ଵାସ ଥିବା ଯାଏଁ ରୁଷର ମୁକାବିଲା କରିବୁ। ଅନ୍ୟପଟେ ୟୁକ୍ରେନ ଉପରେ ନିଜ ଆକ୍ରମଣକୁ ଜୋରଦାର କରିଛି ରୁଷ। ଶନିବାର ରୁଷ ସେନା ଲଭିଭ ସହରର ଅନେକ ସ୍ଥାନରେ ଆକ୍ରମଣ କରିଛି। ଡୋନବାସରେ ୟୁକ୍ରେନର ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଭୀଷଣ ଲଢେଇ ଚାଲିଛି। ଏହି ବିଦ୍ରୋହୀ ଗୋଷ୍ଠୀ ରୁଷର ସମର୍ଥକ। ରୁଷ ବିଦ୍ରୋହୀ ଗୋଷ୍ଠୀଙ୍କୁ ଜିତାଇବା ପାଇଁ ଡୋନବାସରେ ବଡ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି। ଏଠାରେ ରୁଷ ସୈନିକ ଏବଂ ହତିଆର ଠୁଳ କରିବାରେ ଲାଗିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!