ୟୁଟିଆଇ ଶିକ୍ଷକ ସଂଘ ପାଳନ କଲେ ବୁଦ୍ଧ ଜୟନ୍ତୀ

ଫୁଲନଖରା,୧୭/୫:ଆଜି ଫୁଲନଖରା ୟୁଟିଆଇ ଶିକ୍ଷକ ସଂଘ ତରଫରୁ ପବିତ୍ର ବୁଦ୍ଧ ଜୟନ୍ତୀ ବିଧିବଦ୍ଧ ଭାବେ ପାଳନ କରାଯାଇଛି। ଆଜିର ପବିତ୍ର ପୂର୍ଣ୍ଣମୀ ତିଥିରେ ଗୌତମ ବୁଦ୍ଧ ରାଜା ଶୁଦ୍ଧୋଦନ ଏବଂ ମାତା ମାୟାବତୀଙ୍କ ଔରସରୁ ଲୁମ୍ବିନୀ ଠାରେ ରାଜ ପରିବାରରେ ଜନ୍ମ ହେଇଥିଲେ। ବାଲ୍ୟ ଅବସ୍ଥାରୁ ଗୌତମ ବୁଦ୍ଧଙ୍କର ରାଜ ପରିବାରର ବିଳାସ ବ୍ୟସନ ପ୍ରତି ବିମୁଖ ଭାବ ଥିଲା। ଷୋଳ ବର୍ଷ ବୟସରେ ରାଜକନ୍ୟା ଶୁଦ୍ଧୋଦନ ଙ୍କୁ ବିବାହ କରିଥିଲେ ମଧ୍ୟ ଦୀର୍ଘ ତେରବର୍ଷ ପରେ ଗୌତମ ବୁଦ୍ଧଙ୍କର ପୁତ୍ର ରାଉଳ ଜନ୍ମ ହୋଇଥିଲା। ବିଡମ୍ବନା ର ବିଷୟ ଗୌତମ ବୁଦ୍ଧ ପୁତ୍ର ଜନ୍ମହେବା ଦିନ ଅଣତିରିସ ବର୍ଷ ବୟସରେ ରାଜବାଟି ପରିତ୍ୟାଗ କରି ସନ୍ୟାସ ଧର୍ମ ଗ୍ରହଣ କରି ଲୁମ୍ବିନୀ ଠାରେ ତପସ୍ୟା କରିବା ସହ ପଇଁତିରିସ ବର୍ଷ ବୟସରେ ବୁଦ୍ଦତ୍ୱ ପ୍ରାପ୍ତି ହେଇଥିଲେ। ସେତେବେଳ ସମାଜର ମନୁବାଦ ଏବଂ ବ୍ରାହ୍ମଣ ମାନଙ୍କର ସମାଜ ଉପରେ ଆଧିପତ୍ୟ ଗୌତମ ବୁଦ୍ଧଙ୍କୁ ବିଚଳିତ କରିଥିଲା। ସେଥିପାଇଁ ଗୌତମ ବୁଦ୍ଧ ରାଜ୍ୟ ରାଜ୍ୟ ବୁଲି ସମାଜରୁ କୁସଂସ୍କାର ଦୁରକରିବା ପାଇଁ ଅନେକ ପ୍ରୟାସ କରିବା ନଜିର ଇତିହାସରେ ଲିପିବଦ୍ଧ ହେଇରହିଅଛି। ଗୌତମ ବୁଦ୍ଧ ବୁଦ୍ଧତ୍ୱ ପ୍ରାପ୍ତିର ଚାଳିଶ ବର୍ଷ ପରେ ଅର୍ଥାତ ଅଶୀ ବର୍ଷ ବୟସରେ କୁସିନଗର ଠାରେ ମହାପ୍ରୟାଣ କରିଥିଲେ। ଏହି ପରିପେକ୍ଷିରେ ଫୁଲନଖରା ପ୍ରତିଭା ଭବନ ଠାରେ ସଂଘର ସଭାପତି ପ୍ରଫେସର ଯୁଧିଷ୍ଠିର ଖଟୁଆଙ୍କ ପୌରହିତରେ ଫୁଲନଖରା ବ୍ଲକର ବିଭିନ୍ନ ପ୍ରାନ୍ତରୁ ପାଖାପାଖି ଶହେ ଜଣ ଶିକ୍ଷକ ଉକ୍ତ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବା ସହ ବୁଦ୍ଧଙ୍କର ଅଷ୍ଟମାର୍ଗ ଆଜିବି ସମାଜ ପ୍ରତି କେତେ ଆବଶ୍ୟକ, ବକ୍ତୃତା ମାଧ୍ୟମରେ ପ୍ରକାଶ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: