୧୦ଟି ରାଜ୍ୟର ବିଭିନ୍ନ ସ୍ଥାନରେ NIAର ରେଡ୍‌

ନୂଆଦିଲ୍ଲୀ, ୨୨।୦୯ :  ଦେଶର ବିଭିନ୍ନ ସ୍ଥାନରେ ଏକାସାଙ୍ଗରେ ଚଢାଉ କରୁଛି ଏନ୍‌ଆଇଏ । ଚଢାଉ ସ୍ଥାନମାନଙ୍କ ମଧ୍ୟରେ କେରଳର ସର୍ବାଧକ ୫୦ ଜାଗାରେ ଚାଲିଛି ରେଡ୍‌ । ଏହି ଚଢାଉରେ ଏନ୍‌ଆଇଏ ସହିତ ଇଡି ମଧ୍ୟ ସାମିଲ ରହିଛି ।  ପିଏଫ୍‌ଆଇ ସହିତ ଜଡିତ ଟେରର ଫଣ୍ଡିଂ ମାମଲାରେ ରେଡ୍‌ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା । ମୋଟ ୧୦ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ବେଳେ କେବଳ କେରଳର ହିଁ ୫୦ଟି ଜାଗାରେ ତନାଘନା ଚାଲିଛି । କେରଳର ଏହି ସବୁ ସ୍ଥାନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବାର ସୂଚନା ମିଳିଛି । ସେହିପରି ପୂର୍ବରୁ ବିହାର, ତେଲେଙ୍ଗାନାରେ ଏନ୍‌ଆଇଏ ପକ୍ଷରୁ ରେଡ୍‌ ହୋଇଥିଲା । ସେହି ଲିଙ୍କ ଆଧାରରେ ଗୁରୁବାର ଏହିସବୁ ସ୍ଥାନରେ ଚଢାଉ ଚାଲିଛି । ଆଗକୁ ମଧ୍ୟ ଆହୁରୀ ଅଧିକ ସ୍ଥାନରେ ଚଢାଉ ହୋଇପାରେ । ତେବେ ଟେରର ଫଣ୍ଡିଂ ଲିଙ୍କରେ ପିଏଫ୍‌ଆଇର ୧୦୦ରୁ ଅଧିକ ସଦସ୍ୟଙ୍କୁ ଗିରଫ କରାଯାଇଛି ।   ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ NIA ଏବଂ EDର ଚଢ଼ାଉ କରିଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ତାଲିମ ଶିବର ଆୟୋଜନ କରିବା ଅଭିଯୋଗରେ   ରେଡ୍ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: