୧୦୦ ବର୍ଷ ପରେ ବୋରିଗାଁ ଠାରେ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨।୩:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବୋରିଗାଁ ଗ୍ରାମ ପଞ୍ଚାୟତ ସଦର ମହକୁମା ଠାରେ ଦୀର୍ଘ ୧୦୦ ବର୍ଷ ପରେ ବାଲିଯାତ୍ରା ଉତ୍ସବ ଆରମ୍ଭ କରାଯାଇଛି। ଏହି ବାଲିଯାତ୍ରା ଉତ୍ସବ ରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ଓ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ ଙ୍କ ଦ୍ଵାରା ଉଦ୍ଘାଟନ ହୋଇଯାଇଛି । ଜିଲ୍ଲା ପରିଷଦ ଧନସିଂ ଭତ୍ରା, ସାଂସଦ ପ୍ରତିନିଧି ଏମ ଆପ୍ପା ରାଓ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବରିଗାଁ ସରପଞ୍ଚ ଶୁକ୍ରୁ ଭତ୍ରା ପ୍ରମୁଖ ଙ୍କୁ ପୁଷ୍ପମାଲ୍ୟ ଦେଇ ବାଲିଯାତ୍ରା ହେବା ସ୍ଥାନକୁ ପାଛୋଟି ନେଇ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ବାଲିଯାତ୍ରା ୩ ମାସ ପର୍ଜ୍ୟନ୍ତ ଚାଲୁ ରହିବ।ବାଲିଯାତ୍ରାର ନିମନ୍ତେ ମହାପଟୁଆରରେ କଳସରେ ଜଳ ଆଣି ପୁଜାର୍ଚନା ହେବାପରେ ଦେବା ଦେବୀଙ୍କ ପ୍ରତୀକ ଲାଠି,କୁର୍ଚି, ମଣ୍ଡପରେ ରଖାଜାଇ ପୁଜା ଆରମ୍ଭ ହେଲା।ପୁଜାରୀମାନଙ୍କ୍ ମଧ୍ୟରେ ମୁଠା ପୁଜାରୀ ସୁକାଲୁ,ଅମନିତ ଡୁମା ପୁଜାରୀ ସୁକମନ,ମାଟି ପୁଜାରୀ ଜଗା,ମା ପେଣ୍ଡ୍ରାଣୀ ପୁଜାରୀ ସୁନାଧର,ମହପାପୁଜାରୀ ମହାଦେବ , ରାଜେନ୍, ଧନୁର୍ଜୟ୍, ମୋତିରାମ, ସଦନ,ଶୀରାମାନେ ଫଗୁନୁ ସୋମନାଥ ସନସାଇ, ଗୋବିନ୍ଦ, କେତନ, ଦୁର୍ଗା,ଶୁକ୍ରୁ ଓ ଅନନ୍ତରାମ ପ୍ରମୁଖ ଜୋଗଦେଇ ଥିବା ବେଳେ ଗ୍ରାମର ଦଶମୁ କଲାର,ଡମୁ ପୁଜାରୀ,ଇଶ୍ଵର ଭତ୍ରା,କ୍ରୁଷ ପନକା,ଅମୁଲ୍ୟ ନାୟକ,ଚନ୍ଦ୍ର ପନକା,ଧନସିଂ ପନକା,ସୋନୁ ଗୁପ୍ତା,ଟିନୁ ଗୁପ୍ତା,ଅଜୋଧ୍ୟା ମାଳି ପ୍ରମୁଖ ଗ୍ରାମର ଭଦ୍ରବ୍ୟକ୍ତି ସହଜୋଗ କରିଥିଲେ।ବୋରିଗାଁ ମୁଠା କୁପରିଆ ଓ ହିରାପୁର ଏଇ ଦୁଇ ମୁଠାରୁ ମୋଟ ୯୩ ଟି ମୌଜାରୁ ବହୁ ସଂଖ୍ୟା ରେ ଲାଠି, କୁର୍ଚି ଆସି ପହଞ୍ଚି ଯାଇଛି।ଏହି ବାଲିଯାତ୍ରା 3ମାସ ପର୍ଯ୍ୟନ୍ତ ଚାଲିବ|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: