୧୦୪ ଘଣ୍ଟା ପରେ ବୋର୍‌ୱେଲ୍‌ ଭିତରୁ ଉଦ୍ଧାର ହେଲା ରାହୁଲ

ଜାଞ୍ଜଗିର,୧୫/୦୬   : ଜାଞ୍ଜଗିର-ଚାମ୍ପା ଜିଲ୍ଲାର ପିରହିଦ ଗାଁରେ ଗତ ଶୁକ୍ରବାର ଅପରାହ୍ନରେ ନିଜ ଘର ପାଖରେ ଥିବା ବୋରୱେଲରେ ଖସିପଡ଼ିଥିବା ୧୧ ବର୍ଷୀୟ ରାହୁଲ ସାହୁକୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେନା, ଏନଡିଆରଏଫ ଓ ସ୍ଥାନୀୟ ପ୍ରଶାସନର ୧୦୪ ଘଣ୍ଟା ପରେ ମୁକ-ବଧୀର ବାଳକ ରାହୁଲକୁ ୮୦ ଫୁଟ ଗଭୀର ବୋରୱେଲ ପାଇ ଖୋଳା ଯାଇଥିବା ଗାତରୁ ଉଦ୍ଧାର କରାଯାଇଛି ।   ବୋର୍‌ ଓ୍ବେଲ ଭିତରେ ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିବା ରାହୁଲ ସାହୁ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛି। ଗଭୀର ଗାତରୁ ଉଦ୍ଧାର କରାଯିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଡାକ୍ତରୀ ଟିମ୍ ରାୁହଲର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହା ପରେ ଡାକ୍ତରଙ୍କ ହେପାଜତରେ ରାହୁଲକୁ ଏକ ଆଇସିୟୁ ଆମ୍ବୁଲାନ୍ସ ମାଧ୍ୟମରେ ବିଳାସପୁରସ୍ଥିତ ଆପଲୋ ହସ୍‌ପିଟାଲକୁ ନିଆଯାଇ ସେଠାରେ ଭର୍ତ୍ତି କରାଯାଇଛି । ରାହୁଲକୁ ବିଳାସପୁର ହସ୍ପିଟାଲ ନିଆଯିବା ପାଇଁ ପ୍ରାୟ ୧୦୦ କିଲୋମିଟର ଗ୍ରୀନ କରିଡର କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ସେନା, ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ୫୦୦ରୁ ଅଧିକ କର୍ମୀ ଶୁକ୍ରବାର ନିୟୋଜିତ ହୋଇଥିଲେ । ଉଦ୍ଧାର ପରେ ରାହୁଲକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍ କରିଡର ଭିତରେ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ମେଡିକାଲ ଟିମ୍ ରାହୁଲର ଚିକିତ୍ସା କରୁଛନ୍ତି। ପ୍ରାଥମିକ ଚିକିତ୍ସା ପରେ ରାହୁଲ ସୁସ୍ଥ ଥିବା ସୂଚନା ମିଳିଛି। ରାହୁଲର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଆଇସିୟୁରେ ଭର୍ତ୍ତି ହୋଇଥିବା ରାହୁଲ ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: