୧୦୬ଜଣ ପ୍ରତିଭାଙ୍କୁ ଦିଆଯିବ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୬।୧: ୭୪ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେନା ଓ ସଶସ୍ତ୍ର ବାହିନୀ ଯବାନଙ୍କ ନିମନ୍ତେ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଭିନ୍ନ ସାହସିକ ଓ ସମ୍ମାନଜନକ ପଦକ ଘୋଷଣା କରାଯାଇଛି। 2023 ପାଇଁ ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର । ଚଳିତ ବର୍ଷ ପଦ୍ମ ପୁରସ୍କାର ନେଇ ଘୋଷଣା କରାଯାଇଛି । ୧୦୬ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର । ତାଲିକାରେ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ସମ୍ମାନ ପାଇଁ ଘୋଷଣା ହୋଇଛି । ବିଭିନ୍ନ କ୍ଷେତ୍ର ପାଇଁ ୯୧ ଜଣ ପାଇବେ ପଦ୍ମଶ୍ରୀ ସମ୍ମାନ । ତାଲିକାରେ ୨୫ ମହିଳା, ୨ NRI, ୭ ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନ । ଓଡ଼ିଶାରୁ ୪ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର । କଳା କ୍ଷେତ୍ରରେ ମାଗୁଣି ଚରଣ କୁଅଁର ପାଇବେ ପଦ୍ମଶ୍ରୀ । ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ପାଇବେ ଅନ୍ତର୍ଯ୍ୟାମୀ ମିଶ୍ର । ବିଶିଷ୍ଟ ଗୀତିକାର କ୍ରିଷ୍ଣା ପଟେଲ କଳା କ୍ଷେତ୍ର ପାଇଁ ପାଇବେ ପଦ୍ମଶ୍ରୀ । କୃଷି ପାଇଁ ପଟ୍ଟାୟତ ସାହୁ ପାଇବେ ପଦ୍ମଶ୍ରୀ । ORS ଥେରାପି ଜନକ ଦିଲୀପ ମହାଲାନାବିସ୍‌ଙ୍କୁ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯିବ। ମରଣୋତ୍ତର ଭାବେ ଦିଲୀପ ମହାଲାନାବିସ୍‌ଙ୍କୁ ପଦ୍ମବିଭୂଷଣ ମିଳିବ। ମେଡିସିନ୍ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମବିଭୂଷଣ ସମ୍ମାନରେ ସେ ସମ୍ମାନିତ ହେବେ। ସେହିପରି ମେଡିସିନ୍ କ୍ଷେତ୍ରରେ ଅବଦାନ ପାଇଁ ଆଣ୍ଡାମାନର ଅବସରପ୍ରାପ୍ତ ସରକାରୀ ଡାକ୍ତର ରତନ ଚନ୍ଦ୍ର କରଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ଅନ୍ୟପଟେ ଜନସେବା ପାଇଁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ, ଏବଂ ଗୁଜରାଟର ବିଶିଷ୍ଟ ଆର୍କିଟେକଚର ବାଳକୃଷ୍ଣ ଯୋଶୀଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୁଷଣ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ରାନୀ ମଚାହ, ଅଜୟ କୁମାର ମାଣ୍ଡଭୀ, ଧନୀରାମ ଟୋଟୋ, ବି. ରାମକ୍ରିଷ୍ଣା ରେଡ୍ଡୀ, ଗୁଲାମ୍ ମହମ୍ମଦ ଜାଜ୍‌, ପର୍ଶୁରାମ କୋମାଜି ଖୁନେ, ମଙ୍ଗଳକାନ୍ତି ରଏ, ରାଇଜିଂବୋର୍‌ କୁର୍କାଲାଙ୍ଗ, କେସି ରନରେମ୍‌ସାଙ୍ଗି, ଡୋମାର ସିଂହ କୁନଭର, ମୁନିଭେଙ୍କେଟାପ୍ପା, ମୋଆ ସୁବଙ୍ଗଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।୬ ବିଶିଷ୍ଟ ବ୍ୟକ୍ତିଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ପଦ୍ମ ବିଭୂଷଣ ସମ୍ମାନ । ORS ପାୟୋନିୟର ଦିଲ୍ଲୀପ ମହାଲାନାବିସ (ମରଣୋତ୍ତର)ଙ୍କୁ ପଦ୍ମ ବିଭୂଷଣ ସମ୍ମାନ । ମୂଲାୟମ ସିଂ ଯାଦବ (ମରଣୋତ୍ତର)ଙ୍କୁ ପଦ୍ମ ବିଭୂଷଣ ସମ୍ମାନ । ବାଲକ୍ରିଷ୍ଣ ଦୋଶି (ମରଣୋତ୍ତର)ଙ୍କୁ ପଦ୍ମ ବିଭୂଷଣ ସମ୍ମାନ । ଜାକିର ହୁସେନଙ୍କୁ କଳା ଓ ଏସ୍ଏମ କ୍ରିଷ୍ଣାଙ୍କୁ ପବ୍ଲିକ ଆଫାୟାର୍ସ ପାଇଁ ପଦ୍ମ ବିଭୂଷଣ । ଜାକିର ହୁସେନଙ୍କୁ କଳା ଓ ଏସ୍ଏମ କ୍ରିଷ୍ଣାଙ୍କୁ ପବ୍ଲିକ ଆଫାୟାର୍ସ ପାଇଁ ପଦ୍ମ ବିଭୂଷଣ ।ପଦ୍ମ ଭୂଷଣ ତାଲିକାରେ ୯ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ । ଏସ୍.ଏଲ ଭ୍ୟାରପ୍ପାଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମ ଭୂଷଣ । ଶିଳ୍ପ ଓ ବାଣିଜ୍ୟ ପାଇଁ କୁମାର ମଙ୍ଗଳମ ବିର୍ଲାଙ୍କୁ ପଦ୍ମ ଭୂଷଣ । ବିଜ୍ଞାନ ଓ ଇଞ୍ଜିନିୟରିଂ ପାଇଁ ଦୀପକ ଧର ପାଇବେ ପଦ୍ମ ଭୂଷଣ । କଳା କ୍ଷେତ୍ର ପାଇଁ ବାଣୀ ଜୟରାମ ଓ ସୁମନ କଲ୍ୟାଣପୁରଙ୍କୁ ପଦ୍ମ ଭୂଷଣ । ଆଧ୍ୟାତ୍ମିକତା ପ୍ରଚାର ପାଇଁ ସ୍ବାମୀ ଚିନ୍ନା ଜିୟାରଙ୍କୁ ପଦ୍ମ ଭୂଷଣ । ସାହିତ୍ୟ ଓ ଶିକ୍ଷା ପାଇଁ କପିଳ କାପୁର ପାଇବେ ପଦ୍ମ ଭୂଷଣ । ସମାଜସେବା ପାଇଁ ସୁଧା ମୂର୍ତ୍ତି ଓ ଆଧ୍ୟାତ୍ମିକତା ପାଇଁ କମଳେଶ ଡି ପଟେଲଙ୍କୁ ପଦ୍ମ ଭୂଷଣ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: