୧୦ ଦଫା ଦାବି ନେଇ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

ବଲାଙ୍ଗୀର,୧୫।୩: ୧୦ ଦଫା ଦାବି ନେଇ ଓଡିଶା ଡ୍ରାଇଭର ସଂଘ ତରଫରୁ ଷ୍ଟେୟରିଂ ଛାଡ଼ ଆନ୍ଦୋଳନ ସାରା ରାଜ୍ୟରେ ଆରମ୍ଭ ହୋଇଛି । ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ,ପୁଇଁନ୍ତଳା ଓ ଆଗଲପୁର ବ୍ଲକ ଡ୍ରାଇଭର ସଂଘ ତରଫରୁ ପ୍ରତିବାଦ ଜୋରଦାର କରା ଯାଇଥିବା ଦେଖିବାକୁ ମିଳିଛି । ବଲାଙ୍ଗୀର – ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ବୈରାସର ଠାରେ ପୁଇଁନ୍ତଳା ବ୍ଲକ ଡ୍ରାଇଭର ସଂଘ ତରଫରୁ ଆନ୍ଦୋଳନକୁ କଡାକଡି କରିଛନ୍ତି ।ଏହି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ପୁଇଁନ୍ତଳା ବ୍ଲକ ସଭାପତି କୃପା ଷlଣ୍ଢ  । ଆଗଲପୁର ଡ୍ରାଇଭର ସଂଘ ତରଫରୁ ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥର ରୁଗୁଡିଖାଲ ଠାରେ ଏବଂ ଲୋଇସିଂହା ସଂଘ ପକ୍ଷରୁ ଲୋଇସିଂହା ଠାରେ ଆନ୍ଦୋଳନ ଜାରି ରହିଛି । ଯେତେ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ଡ୍ରାଇଭର ମାନଙ୍କ ଦାବି ପୂରଣ ନକରିବେ ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ କାରୀ ପ୍ରତିକ୍ରିୟା ଦେଇଛନ୍ତି ।ବଲାଙ୍ଗିରରେ ଏହି ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି। ବସ୍‌ ଷ୍ଟାଣ୍ଡରେ ସମସ୍ତ ବସ ଛିଡା ହୋଇଛି କିନ୍ତୁ ଗୋଟିଏ ବି ଚାଲୁନାହିଁ। ଦୂରଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀ ମାନେ ସେଠାରେ ସକାଳ ଠାରୁ ଅଟକି ରହିଛନ୍ତି। ବାଲେଶ୍ୱର ସୋରରେ ଆନ୍ଦୋଳନକାରୀ ମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଭଦ୍ରକ ଓ ବନ୍ତ ଛକରେ ଆନ୍ଦୋଳନକାରୀମାନେ ଅଧାବାଟରେ ବସ୍‌ ଅଟକାଇ ଥିବା ବେଳେ ସମ୍ବଲପୁରରେ ଜନତା ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିବା ଖବର ମିଳିଛି। ନୟାଗଡ଼ ଓ କେନ୍ଦ୍ରାପଡାରେ ମଧ୍ୟ ଯାତ୍ରୀ ପରିବହନ ବ୍ୟାହତ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!