ବ୍ରହ୍ମପୁର,୧୦/୪(ମନୋଜ କୁମାର ପାତ୍ର):ଆଜି ପବିତ୍ର ରାମନବମୀ ଅବସରରେ ମଧ୍ୟ ସାମାଜିକ ସେବା କାର୍ଯ୍ୟକୁ ଜାରି ରଖିଛି ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର ଟିମ୍ କ୍ଲିନ୍ ସିଟି । ପୂର୍ବ ନିର୍ଦ୍ଧାରିତ ସମୟ ଓ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ଟିମ ସଦସ୍ୟ ମାନେ ପ୍ରଥମେ ଏମ.କେ.ସି.ଜି ମେଡିକାଲ ମୁଖ୍ୟ ଫାଟକ ନିକଟରୁ ବେନିୟମ ପୋଷ୍ଟର ଚିରି ଥିଲେ। ପରେ ଟାଟାବେଞ୍ଜ ଛକରେ ରାସ୍ତାକଡ଼ରେ ଦୀର୍ଘ ଦିନ ଧରି ଜୀବନ ବିତାଉଥିବା ମାନସିକ ବିକୃତ ଯୁବକଙ୍କୁ ଉଦ୍ଧାର କରି ସେବା ଯୋଗାଇ ଦିଆଯାଇଥିଲା । ଯୁବକ ଜଣକ ତାମିଲ ହୋଇଥିବା ବେଳେ ତାଙ୍କ ନାମ ଧର୍ମ ସରଣ ବୋଲି କହିଥିଲେ । ତେବେ ପ୍ରଥମେ ଟିମ୍ ସଦସ୍ୟଙ୍କୁ ସେ ସହଯୋଗ କରିନଥିଲେ କିନ୍ତୁ ପରେ ସହମତି ପ୍ରକାଶ କରିଥିଲେ । ଏବଂ ନିଜ ଜଟ ଓ ଦାଢ଼ି ସଫା କରିବା ସହ ଗାଧୋଇ ଦେବାକୁ ଅନୁମତି ଦେଇଥିଲେ । ଟିମ ସଦସ୍ୟଙ୍କ ମିଳିତ ସହାୟତାରେ ଧର୍ମଙ୍କୁ ସଫାସୁତୁରା କରିଯାଇଥିଲା । ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ପରେ ତାଙ୍କୁ ଖାଦ୍ୟ ଓ ପାଣିଦିଆଯାଇ ସହାୟତାର ହାତ ବଢାଇଥିଲା ଟିମ କ୍ଲିନ ସିଟି । ଏହା ସହିତ ଟିମ ପକ୍ଷରୁ ଆଜି ପର୍ଯ୍ୟନ୍ତ ୧୧୦ ଜଣ ନିରାଶ୍ରୟ ଓ ଅସହାୟ ତଥା ମାନସିକ ବିକୃତ ଵ୍ୟକ୍ତିଙ୍କୁ ସେବା ଯୋଗାଇ ଦିଆଯାଇଛି । ଏଭଳି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ । ଟିମ୍ କ୍ଲିନ୍ ସିଟି ପକ୍ଷରୁ ଜାରି ରହିଥିବା ଏଭଳି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଥିବା ବେଳେ ସଦସ୍ୟତା ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏଭଳି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଟିମ ସ୍ୱାଗତ କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |