ସୁନ୍ଦରଗଡ,୨୦/୦୮: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ହାଇୱା ଗାଡ଼ି ଜଳି ଯାଇଛି। ଗାଡ଼ି ଭିତରେ ଥିବା ଚାଳକ ଗାଡ଼ି ବାହାରକୁ ଆସି ନପାରିବାରୁ ବିଦ୍ୟୁତ୍ ତାର ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅଧୀନସ୍ଥ ଗୀତାରାଣୀ ମାଇନ୍ସ ନିକଟରେ ଏହି ଦୁର୍ଘଟଣାଟି ଘଟିଯାଇଛି । କୌଣସି କାରଣରୁ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାଇୱାଟି ଜଳିଯାଇଛି । ଗାଡି ଭିତରେ ଥିବା ଡ୍ରାଇଭର ଗାଡି ବାହାରକୁ ଆସି ନ ପାରିବାରୁ ତାଙ୍କର ମୃତ୍ୟୁ ଘଟିଛି ।ଆଜି ସକାଳେ ଗାଡ଼ିଟି ମାଇନ୍ସକୁ ମାଲ୍ ଲୋଡ କରିବାକୁ ଆସିଥିଲା । ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳ ଡ୍ରାଇଭର ତାହାର ଡାଲାକୁ ଉଠାଇଥିବା ବେଳେ ତାହା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ସଙ୍ଗେ ସଙ୍ଗେ ଗାଡ଼ିରେ ବିଦ୍ୟୁତ୍ ସଂଯୋଗ ହୋଇଯିବାରୁ ଭିତରେ ଥିବା ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ଗାଡ଼ିରେ ଅଗ୍ନି ସଂଯୋଗ ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |