ପୁରୀ,୯/୪: ଶ୍ରୀମନ୍ଦିର ଛତିଶା ନିଯୋଗର ବୈଠକ ଏପ୍ରିଲ ୧୨ ତାରିଖରେ ଡକାଯାଇଛି । ଏହି ବୈଠକରେ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ସହ ରୋଷଘର ଚୁଲି ଭଙ୍ଗା ଘଟଣା ଉପରେ ଆଲୋଚନା ହେବ ନେଇ ଆଶା କରାଯାଉଛି । ଏହା ବ୍ୟତୀତ ଆମାଗୀ ପରିଚାଳନା କମିଟି ବୈଠକ ସମ୍ପର୍କରେ ମଧ୍ୟ ନିଯୋଗ କର୍ମକର୍ତ୍ତାମାନଙ୍କୁ ସୂଚନା ଦିଆଯିବ । ନୂତନ ମୁଖ୍ୟ ପ୍ରଶାସକ ପ୍ରଥମ କରି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଯୋଗ ଦେବାର ସୂଚନା ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |