ଭୁବନେଶ୍ୱର,୯।୩: ୧୨ ଘଣ୍ଟା ପରେ ବି ଲିଭୁନି ନିଆଁ। ଯୁଆଡ଼େ ଚାହିଁଲେ ସିଆଡ଼େ ଖାଲି ଧୂଆଁମୟ ପରିବେଶ। ବଡଦାଣ୍ଡସ୍ଥିତ ମର୍ଚିକୋଟ ଛକରେ ଥିବା ହୋଟେଲ ସମ୍ରାଟରେ ନିଆଁ ଲାଗିଯାଇଛି। ନିଆଁ ଲିଭେଇବାରେ ପ୍ରାୟ ୧୨ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି।ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଆୟତ୍ତ ହୋଇପାରନି। ପ୍ରଥମ ମହଲାରେ ଲାଗିଥିବା ନିଆଁ ଦ୍ୱିତୀୟ ମହଲାକୁ ବ୍ୟାପିବା ପରେ ୨ୟ ମହଲାରେ ଥିବା ବ୍ୟାଙ୍କ ଓ ସମ୍ରାଟ ଫ୍ୟାଶନକୁ ନିଆଁ ବ୍ୟାପିଛି। ଫଳରେ ଗତକାଲି ରାତି ୮ଟାରୁ ଲାଗିଥିବା ନିଆଁକୁ ଆଜି ସକାଳ ୮ଟା ଅର୍ଥାତ୍ ୧୨ ଘଣ୍ଟା ପରେ ବି ଆୟତ୍ତ କରାଯାଇପାରିନି। ସେପଟେ ନିଆଁ ଲିଭାଇବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି। ଏବେବି ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଲାଗିଛନ୍ତି। ନିଆଁ ଲିଭା ବେଳେ ୩ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ନିଆଁ ଏତେ ଜୋରରେ ବ୍ୟାପିଛି ଯେ, ଦୂରରୁ ଶ୍ରୀମନ୍ଦିର ମଧ୍ୟ ଦୃଶ୍ୟମାନ ହେଉନି।ରାସ୍ତା ସଂକୀର୍ଣ୍ଣ ଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ଅସୁବିଧା ହେଉଥିବା ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |