୧୨ ଘଣ୍ଟା ପରେ ମୁକୁଳିଲେ ଯନ୍ତ୍ରୀ

ରାଜକନିକା,୧ା୬ :ରାଜକନିକା ବ୍ଲକ୍ ଉପୁଳାଇ ଗ୍ରାମରେ ବିଦ୍ୟୁତ୍ ସ୍ପର୍ଶରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ରିବା ସହିତ ଟାଟା ପକ୍ଷରୁ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ କରାଇବା ଦାବି ନେଇ ଗ୍ରାମବାସୀମାନେ ବିଭାଗୀୟ ଯନ୍ତ୍ରୀ ଦୁର୍ଗାଶଙ୍କର ବେହେରାଙ୍କୁ ଗ୍ରାମରେ ଅଟକ ରଖିଛନ୍ତି । ମଙ୍ଗଳବାର ସକାଳୁ ଯନ୍ତ୍ରୀଙ୍କୁ ଗ୍ରାମରେ ଅଟକ ରଖିଥିଲେ ମଧ୍ୟ ଏସ୍‌ଡ଼ିଓଙ୍କ ସହିତ ଉଚ୍ଚ ଅଧିକାରୀମାନେ ସନ୍ଧ୍ୟା ସୁଦ୍ଧା ଗ୍ରାମରେ ପହଂଚିନଥିବା କାରଣରୁ ଘଟଣାର ସାଧାନ ହୋଇନଥିବାର ଜଣାପଡ଼ିଛ ି । ହେଲେ ରାତିରେ ରାଜକନିକା ପୁଲିସି ପହଞ୍ଚି ଯନ୍ତ୍ରୀଙ୍କୁ ମୁକୁଳାଇଥିଲେ । ଘଟଣାରୁ ଜଣାପଡ଼ିଛିଯେ, ଚାଷୀ ଗଦାଧର ନାୟକ(୫୫)ଙ୍କର ଗତ ରବିବାର ଅପରାହ୍ଣରେ ବିଦ୍ୟୁତ୍ ସ୍ପର୍ଶରେ ମୃତ୍ୟୁ ଘଟଥିଲା । ଘର ନିକଟରେ ଗାଈଙ୍କୁ ଖାଇବାକୁ ଦେଉଥିଲେ । ପାଖରେ ରହିଥିବା ବିଦ୍ୟୁତ୍ ଖୁଣ୍ଟରେ ବିଦ୍ୟୁତ୍ ସଂଯୋଗ ହୋଇଯାଇଥିଲା । ଫଳରେ ଗଦାଧରଙ୍କୁ ବିଦ୍ୟୁତ୍ ସ୍ଫର୍ଶ୍ ଲାଗିଥିଲା । ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ । ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ ସହିତ ସଠିକ୍ ଭାବେ ବାତ୍ୟା ଅଂଚଳରେ ବିଦ୍ୟୁତ୍ ସଂଯୋଗ କରାଯାଉନଥିବା କାରଣରୁ ଅକାଳରେ ଜଣେ ଚାଷୀ ଜୀବନ ଯାଇଥିବାର ବରାଡ଼ିଆ ଗ୍ରାମ ପଂଚାୟତର ସମିତି ସଭ୍ୟ ମଙ୍ଗୁଳି ଚରଣ ବେହେରା ଅଭିଯୋଗ କରଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: