କଣ୍ଟାବାଞ୍ଜି ୦୯/୧୧: ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ। କଣ୍ଟାବାଞ୍ଜି ଡାକ୍ତରଖାନା ଅବ୍ୟବସ୍ଥା ପ୍ରତିବାଦରେ ଦୁଇ ଦିନ ହେଲା କଣ୍ଟାବାଞ୍ଜି ଡାକ୍ତରଖାନା ସମ୍ମୁଖରେ ପ୍ରେସ କ୍ଳବ ଅନଶନରେ ବସିଛି । ଆଉ ୪୮ ଘଣ୍ଟାର ଅନଶନ ପରେ ପ୍ରେସ କ୍ଳବ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଯୋଗୁଁ ଦୋକାନ ବଜାର ଖୋଲିନାହିଁ । ସରକାରୀ-ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ମଧ୍ୟ ବନ୍ଦ ରହିବ। ତେବେ ବସ୍ ଚଳାଚଳ ସ୍ୱାଭାବିକ ରହିବ ବୋଲି କୁହାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |