ନୂଆଦିଲ୍ଲୀ,୯/୦୯ :୧୩ତମ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୧ରେ ପାଞ୍ଚଟି ଦେଶର ସମୂହ ବ୍ରିକ୍ସର ବାର୍ଷିକ ସମ୍ମିଳନୀର ଅଧ୍ୟକ୍ଷତା କରୁଛି ଭାରତ । ବ୍ରିକ୍ସରେ ଅଛନ୍ତି ବ୍ରାଜିଲ, ରୁଷ, ଚୀନ, ଭାରତ ଓ ଦକ୍ଷିଣ ଆଫ୍ରିକା । ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଥର ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରୁଛନ୍ତି । ବ୍ରିକ୍ସ ସମ୍ମିଳନୀରେ ପିଏମ୍ ମୋଦି କହିଛନ୍ତି କି ଅଧ୍ୟକ୍ଷତା କରିବା ଆମ ପାଇଁ ଖୁସିର କଥା । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଗତ ଦେଢ଼ ଦଶକରେ ବ୍ରିକ୍ସ ଅନେକ ଉପଲବ୍ଧି ହାସଲ କରିଛି । ଆଜି ଆମେ ବିଶ୍ୱର ବିକାଶମୂଖୀ ଅର୍ଥବ୍ୟବସ୍ଥା ପାଇଁ ଏକ ପ୍ରଭାବକାରୀ ସ୍ୱର । ବିକାଶଶୀଳ ଦେଶ ଗୁଡ଼ିକର ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମଧ୍ୟ ଏହି ମଞ୍ଚ ଉପଯୋଗୀ ହୋଇଛି । ସେ କହିଛନ୍ତି ବ୍ରିକ୍ସର ୧୫ତମ ବାର୍ଷିକ ଅବସରରେ ଏହି ସମିତିର ଅଧ୍ୟକ୍ଷତା କରିବା ମୋର ଓ ଭାରତ ପାଇଁ ଖୁସିର କଥା । ଆଜିରଏହି ବୈଠକ ପାଇଁ ଆମ ପାଖରେ ବିସ୍ତୃତ ଏଜେଣ୍ଡା ରହିଛି । ମୋଦି କହିଛନ୍ତି ଆମକୁ ଏହା ସୁନିଶ୍ଚିତ କରିବାକୁ ଅଛି କି ବ୍ରିକ୍ସ ଆସନ୍ତା ୧୫ ବର୍ଷରେ ଫଳପ୍ରଦ ହେଉ। ଭାରତ ନିଜର ଅଧ୍ୟକ୍ଷତା ପାଇଁ ଯେଉଁ ଥିମ୍ ଚୟନ କରିଛି , ତାହା ଏହି ପ୍ରାଥମିକତା ଦର୍ଶାଉଛି – ବ୍ରିକ୍ସ @15 : ନିରନ୍ତରତା , ଏକୀକରଣ , ସହମତି ପାଇଁ ଆନ୍ତଃ ବ୍ରିକ୍ସ ସହଯୋଗ । ବ୍ରିକ୍ସ ସମ୍ମିଳନୀରେ ରୁଷୀୟ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି କି ଆଫଗାନିସ୍ତାନରୁ ଆମେରିକା ଯିବାରେ ନୂଆ ସଙ୍କଟ ସୃଷ୍ଟି ହୋଇଛି । ଦୁନିଆ ସାମନାରେ ସୁରକ୍ଷାର ଚ୍ୟାଲେଞ୍ଜ । ଆତଙ୍କ ଓ ନିଶା କାରବାର ଉପରେ ନିୟନ୍ତ୍ରଣ ଜରୁରି ହୋଇ ଯାଇଛି । ଆତଙ୍କବାଦ ଉପରେ ନିୟନ୍ତ୍ରଣ ଜରୁରି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ନିକଟରେ ପ୍ରଥମେ ବ୍ରିକ୍ସ ଡିଜିଟାଲ ହେଲଥ୍ ସମ୍ମିଳନ ର ଆୟ ଆୟୋଜନ ହେଲା । ଟେକନିକ୍ର ସାହାଯ୍ୟରେ ହେଲଥ୍ ଆକ୍ସେସ୍ ବୃଦ୍ଧି ପାଇଁ ଏହା ଏକ ଇନୋଭେଟିଭ୍ ପଦକ୍ଷେପ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |