ନୂଆଦିଲ୍ଲୀ,୦୭/୦୯: ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଯାଉଛି ବ୍ରିକ୍ସ ଦେଶମାନଙ୍କ ଶିଖର ସମ୍ମିଳନୀ । ଏଥର ୧୩ ତମ ବ୍ରିକ୍ସ ବୈଠକକୁ ଭର୍ଚୁଆଲରେ ଅଧ୍ୟକ୍ଷତା କରିବ ଭାରତ । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଭର୍ଚୁଆଲ ପ୍ଲାଟଫର୍ମରେ ଏହା ଆୟୋଜିତ ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଏହି ବୈଠକରେ ଭାରତ ସମେତ ଚୀନ, ଋଷ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ସାମିଲ ହେବେ । ଚଳିତ ଥର ଆଫଗାନିସ୍ତାନ ସଙ୍କଟ ବ୍ରିକ୍ସ ସମ୍ମିଳନୀର ଫୋକସରେ ରହିପାରେ । କାରଣ ତାଲିବାନୀମାନେ ଆଫଗାନିସ୍ତାନକୁ କବଜା କରିବା ପରେ ରକ୍ତପାତ ସହ ଅସ୍ଥିରତା ଉପୁଜିଛି, ଯାହା ପଡୋଶୀ ଦେଶଗୁଡିକ ପ୍ରତି ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |