ଭୁବନେଶ୍ୱର ୧୪/୦୩ : ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନାକୁ ଧରିଛି କମିଶନରେଟ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ। ୧୩ ବର୍ଷ ଧରି ଫେରାର ଥିବା ବିକ୍ରମାଦିତ୍ୟକୁ ପୁନେରୁ ଗିରଫ କରାଯାଇଛି। ବାରଙ୍ଗ ଗଣ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବିବନ ବିଶ୍ବାଳକୁ ଧରିବା ସମୟରେ କମିଶନରେଟ ପୋଲିସ ଅପରେସନ ସାଇଲେଣ୍ଟ ଭାଇପର ବାବଦରେ ଆଭାସ ଦେଇଥିଲା। ଏବେ ଆଉ ଏକ ବିଷଧର ସାପକୁ ଗାତରୁ ଟାଣି ଆଣିଛି ପୋଲିସ। ୧୩ ବର୍ଷ ଧରି ଲୁଚିଥିଲା। ହତ୍ୟା କାରି ଫେରାର ହୋଇଯଇଥିଲା। ପୁନେରେ ଜିମ ଇନଷ୍ଟ୍ରେକ୍ଟର ହୋଇ ସୋସିଆଲ ଷ୍ଟାଟସ ବି ଜମାଇଥିଲା। ହେଲେ ହତ୍ୟାକାରୀକୁ ଗିରଫ କରିଛି କମିଶନରେଟ ପୋଲିସ। ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡର ଅଭିଯୁକ୍ତ ବିକ୍ରମାଦିତ୍ୟ କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ। ଦୀର୍ଘ ୧୩ ବର୍ଷ ପରେ ବିକ୍ରମାଦିତ୍ୟକୁ ପୁନେରୁ ଗିରଫ କରିଛି ପୋଲିସ। ୨୦୦୮ ଅକ୍ଟୋବର ୧୧ ତାରିଖରେ ଘଟିଥିଲା ଘଟଣା। ପଳାଶୁଣି ନଦୀପଠାରୁ ମାରୁତି କାର ଡିକିରୁ ସୁମନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସୁମନ୍ତଙ୍କ ହତ୍ୟାକାଣ୍ଡ ମାମଲାରେ ମାନସ ବେଦାନ୍ତ, ସୁଶୀଲ ସାମନ୍ତରାୟ, ସୁଶୀଲ ଜେନା ଓ ଶୁଭକାନ୍ତ ଜେନାକୁ ପୋଲିସ ଗିରଫ କରିଥିଲା। ହେଲେ ସେତେବେଳେ ବିକ୍ରମାଦିତ୍ୟ ଫେରାର ହୋଇଯାଇଥିଲେ। ୧୩ ବର୍ଷ ପରେ ବିକ୍ରମାଦିତ୍ୟକୁ ପୁନେରୁ ଗିରଫ କରିଛି ପୋଲିସ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |